ମନରେଗା ରେ କାମ କରି ମଜୁରୀ ପାଉନାହାଁନ୍ତି ଜବକାର୍ଡ ଧାରୀ

ମହାକାଳପଡ଼ା,୩୦/୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡିହି ପଂଚାୟତ ଇଟାକଣ୍ଡିଆ ଗ୍ରାମର ଜବ କାର୍ଡ ଧାରୀ ମନରେଗା ରେ କାର୍ଯ୍ୟ କରିବାର ୯ ମାସ ପରେ ମଜୁରୀ ନପାଇବାରୁ ପ୍ରସାଶନ ଓ ସରପଞ୍ଚ ବିରୁଦ୍ଧରେ ମୁହଁ ଖୋଲି ଥିବାର ଜଣାପଡିଛି l ଖବରରୁ ପ୍ରକାଶ ଶ୍ରମିକ ମାନେ ଗ୍ରାମସ୍ତ ନୂତନ ପୋଖରୀ ଖାନନ ରେ କାର୍ଯ୍ୟ କରିଥିଲେ l ମଜୁରୀ ପାଇଁ ଦୀର୍ଘ ଦିନ ଧରି ସରପଞ୍ଚ ଓ ପଂଚାୟତ ଦାୟିତ୍ୱ ନ୍ୟସ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ଗୁହାରି କରି ସୁଫଳ ନପାଇବାରୁ ୨୯ ତାରିଖ ଶୁକ୍ରବାର ଦିନ ବିଡ଼ିଓ ଙ୍କୁ ମିଳିତ ଭାବେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ତଦନ୍ତ ମତେ ଜବ କାର୍ଡ ଧାରିଙ୍କୁ ମଜୁରୀ ମିଳିବ ବୋଲି ବିଡ଼ିଓ ଅଭିଯୋଗ କାରୀଙ୍କୁ ପ୍ରତିଶୃତି ଦେଇଥିଲେ l ଉଲ୍ଲେଖ ଥାଉକି ଜବକାର୍ଡ ଧାରୀ ସମ୍ପୃକ୍ତ ପ୍ରକଳ୍ପ ରେ କାର୍ଯ୍ୟ କରିବା କୁ ପଂଚାୟତର ଜିଆରଏସ ପରିବର୍ତ୍ତେ ସରପଞ୍ଚ ଡାକି କାମ କରାଇଥିବା ବେଳେ ମଜୁରୀ ମିଳିବାବେଳକୁ ମୁଣ୍ଡ ହୁଗାଳିବା ନେଇ ପ୍ରଶ୍ନ ବାଚୀ ହୋଇଛି l

ସରପଞ୍ଚ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଉତ୍ସାହିତ ଥିବା ବେଳେ କାର୍ଯ୍ୟ ପରେ ପେମେଣ୍ଟରେ ଅସହଯୋଗ କରିବା ପଛର କାରଣ କଣ ବୋଲି କାର୍ଯ୍ୟ କରିଥିବା ଶ୍ରମିକ ମାନେ ସନ୍ଦେହ କରନ୍ତି l ଅନ୍ୟାନ୍ୟ ମନରେଗା ପ୍ରକଳ୍ପ ରେ କାର୍ଯ୍ୟ କରିନଥିବା ଶ୍ରମିକ ଙ୍କ ଆକାଉଣ୍ଟ କୁ ମନରେଗା ପେମେଣ୍ଟ ଯାଇଥିବା ବେଳେ କାର୍ଯ୍ୟ କରି ପଇସା ନପାଇବା ପଛରେ କଣ ସରପଞ୍ଚ, ନା ଜିଆରଏସ ଙ୍କ ହାତ ରହୁଛିକି ବୋଲି ଶ୍ରମିକ ମାନେ ପ୍ରଶ୍ନ ଉଠାଇଛନ୍ତି l ଏବିଷୟରେ ସରପଞ୍ଚ ଙ୍କୁ ପଚାରିବାରେ ଭିତ୍ତିହୀନ ଭାବେ ଦାବି ହାଜିରା ମୁତାବକ କାର୍ଯ୍ୟସ୍ଥଳୀରେ ମାଟି ନାହିଁ ବୋଲି କହନ୍ତି l କିନ୍ତୁ ଦୁଃଖର କଥା କାର୍ଯ୍ୟ ସାରିବାର ଢେର ଦିନ ପରେ କନିଷ୍ଠ ଯନ୍ତ୍ରୀଙ୍କର ମାପ ଚୁପ ଯୋଗୁ ସମସ୍ୟା ସୃଷ୍ଟି ହୋଇଥିବl କଥା ଶ୍ରମିକ ମାନେ କହିବା ସହିତ ସରପଞ୍ଚ ଙ୍କ ଉତ୍ତରରେ ପାଲଟା ଜବାବ ରଖିଛନ୍ତିl ବାସ୍ତବରେ ନିଜ ଘର ପାଖ ପ୍ରକଳ୍ପ ରେ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କ କାର୍ଯ୍ୟ ଅପୂର୍ଣ୍ଣାଙ୍ଗ ହୋଇଥିବାରୁ ପେମେଣ୍ଟ ମିଳିବାରେ ସମସ୍ୟା ହେଉଥିବାର ପ୍ରଶାସନ ପକ୍ଷରୁ ଜଣାପଡିଛି l ପୋଖରୀ ହୁଡାରେ ପଡ଼ିଥିବl ମାଟି ଖୋଳା ଯାଇଥିବା ମାଟି ର ପରିମାଣ ଠାରୁ ଢେର ଫରକ ରହୁଛି l ତେବେ ପ୍ରଶ୍ନ ଉଠୁଛି ପୋଖରୀରୁ କଟା ଯାଇଥିବା ମାଟି କଣ ରାତି ଅଧିଆ ଚୋରି ହୋଇଗଲା, ନା ଶ୍ରମିକ ମାନେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ନାହାଁନ୍ତି ନା ଆଉକିଛି l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ତଦନ୍ତ କରି ମନରେଗା ଶ୍ରମିକ ଙ୍କୁ କେବେ ମଜୁରୀ ମିଳୁଛି l