ନୂଆଦିଲ୍ଲୀ, ୨୨/୦୫ : ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପାଇଁ ଋତୁରାଜ ଗାଏକ୍ବାଡଙ୍କୁ ଜରିମାନା ଲାଗିଛି । ସ୍ଲୋ ଓଭର ରେଟ୍ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଆଇପିଏଲ ଆଚାର ସଂହିତା ଅଧିନରେ ସର୍ବନିମ୍ନ ଓଭର ରେଟ୍ ସହିଜ ଜଡିତ । ଚଳିତ ସିଜିନରେ ଚେନ୍ନାଇ ଟିମର ଏହା ଦ୍ବିତୀୟ ଅପରାଧ । ତେଣୁ ଜରିମାନା ରାଶି ୨୪ ଲକ୍ଷ ରହିଛି । ଏହି ଜରିମାନା ଚେନ୍ନାଇ ଅଧିନାୟକଙ୍କ ସହିତ ମଇଦାନରେ ଥିବା ଟିମର ଅନ୍ୟ ୧୦ ଜଣ ଖେଳାଳି ଏବଂ ଇମ୍ପାକ୍ଟ ପ୍ଲେୟାରଙ୍କ ଉପରେ ହୋଇଛି । ଆଇପିଏଲ ଦ୍ବାରା ଜାରି ହୋଇଥିବା ଅଫିସିଆଲ ୱେବସାଇଟ ମୁତାବକ, ଟିମର ବାକି ସଦସ୍ୟଙ୍କ ଉପରେ ୬-୬ ଲକ୍ଷ ଟଙ୍କା ଜରିମାନା ଲାଗିଛି । ଆଇପିଏଲ୍ ୨୦୨୬ରେ ନିଜର ଶେଷ ଲିଗ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି । ଏହି ପରାଜୟ ସହ ଚେନ୍ନାଇ ପ୍ଲେ ଅଫରୁ ବାଦ୍ ପଡ଼ିଥିବା ବେଳେ ଗୁଜରାଟ ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରି ପାରିଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୨୯ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଚେନ୍ନାଇ ୧୩.୪ ଓଭରରେ ୧୪୦ ରନରେ ଅଲଆଉଟ୍ ହୋଇଥିଲା । ଏହି ଶୋଚନୀୟ ପରାଜୟ ସହ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ।