ଭୁବନେଶ୍ୱର,୨୫/୧ : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରାୟ ଦେଢ ବର୍ଷ ପୂର୍ବେ ନିଜ ବଡ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ନବୀନ ନନ୍ଦ । ପୁଅ ସମ୍ବିତ କୋଭିଡରେ ଆକ୍ରାନ୍ତ ହୋଇ ୨୦୨୧, ମେ ୨୨ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ପୁଅ ଚାଲିଯିବା ପରେ ଏକୁଟିଆ ହୋଇ ଯାଇଥିବା ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି । ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ସଂପନ୍ନ ହୋଇଥିବା ଜଣାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବର ଭାବେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।