ଦିଲ୍ଲୀ ପହଞ୍ଚିଲେ ମିଶର ରାଷ୍ଟ୍ରପତି : ଗଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ମିଶର ରାଷ୍ଟ୍ରପତି ଅବଦେଲ ଫତହ ଅଲ୍-ସିସି ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଷ୍ଟ୍ରପତି ଅବହେଲ ଫତହ ଅଲ-ସିସି ମୁଖ୍ୟ ଅତିଥି ଭାବେ ଗଣନ୍ତ୍ର ଦିବସ ପ୍ୟାରେଡ୍ ସାମିଲ ହେବେ ।

ସେ ତାଙ୍କର ଏହି ଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅବଦେଲ ଫତହଙ୍କ ସହ ୫ଜଣ ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆସିଛନ୍ତି । ନୂଆଦିଲ୍ଲୀ ପହଞ୍ôଚବା ପରେ ପାରମ୍ପରିକ ଲୋକନୃତ୍ୟରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।