ଦିଲ୍ଲୀ ଦଙ୍ଗା ମାମଲା: ପୂର୍ବତନ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, ୦୧/୦୮ : ୨୦୨୦ ମସିହାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ସାମ୍ପ୍ରଦାୟିକ ହିଂସା ମାମଲାରେ ପୂର୍ବତନ ଆମ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ପରେ ଆଜୀବନ କାରାଦଣ୍ଡର ପ୍ରକୃତ ଅର୍ଥକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଅନେକଙ୍କ ମଧ୍ୟରେ ଏଭଳି ଧାରଣା ରହିଛି ଯେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ ଦୋଷୀ ୧୪ କିମ୍ବା ୨୦ ବର୍ଷ ପରେ ଜେଲରୁ ମୁକ୍ତ ହୋଇଯାଆନ୍ତି । କିନ୍ତୁ ଆଇନ ଅନୁଯାୟୀ, ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ଦୋଷୀ ଆଜୀବନ କାରାବାସରେ ରହିବେ । ସରକାରଙ୍କ କ୍ଷମାଦାନ କିମ୍ବା ଦଣ୍ଡ କୋହଳ ସମ୍ବନ୍ଧୀୟ ବ୍ୟବସ୍ଥା ଅନୁସାରେ କେତେକ କ୍ଷେତ୍ରରେ ଦଣ୍ଡରେ ପରିବର୍ତ୍ତନ ହୋଇପାରେ ।

 

SBI AD