ନୂଆଦିଲ୍ଲୀ, ୦୫/୦୬ : ଦିଲ୍ଲୀ ବିଶ୍ବବିଦ୍ୟାଳୟର ୪୩ ବର୍ଷୀୟା ଜଣେ ଅଧ୍ୟାପିକାଙ୍କୁ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ୍ରେ ହତ୍ୟା କରାଯାଇଥିବା ଗୁରୁବାର ଅପରାହଣରେ ପୁଲିସ କହିଛି । ଦେବୋସ୍ମିତା ପଲ୍ ନାମକ ଏହି ମହିଳା ଜଣକ ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ସେ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭରେ ଥିବା ସତ୍ୟମ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିବାବେଳେ ତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ରୁହନ୍ତି ।