ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର

ନୂଆଦିଲ୍ଲୀ, ୦୩/୦୬ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଡି.କେ. ଶିବକୁମାର । ସେ ହେବେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ଇସ୍ତଫା ଦେଇସାରିଛନ୍ତି । ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ପଦ ନେଇ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଛି । ବେଙ୍ଗାଲୁରୁରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବହୁ ସଂଖ୍ୟାରେ ନେତା, କର୍ମୀ ଏବଂ ସାଧାରଣ ଜନତା ସାମିଲ ହେବେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସମଗ୍ର କର୍ଣ୍ଣାଟକରେ ଅପରାହ୍ନ ଗୋଟାଏ ପରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ ରହିବ । ବେଙ୍ଗାଳୁରୁ ସହରର ଟ୍ରାଫିକ ବ୍ୟବସ୍ଥା ଏବଂ ଶୃଙ୍ଖଳା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି କିନ୍ତୁ ଜରୁରୀକାଳୀନ ସେବା, ଡାକ୍ତରଖାନା, ଆମ୍ୱୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ସ୍ବାଭାଭାବିକ ଭାବେ ଚାଲୁ ରହିବ । କିଛି ବ୍ୟାଙ୍କିଙ୍ଗ୍ ସେବା ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ବ୍ୟାଙ୍କ୍ ଗ୍ରାହକମାନେ ନିଜର ଜରୁରୀ କାମ ସକାଳ ସମୟରେ ସାରି ଦେବାକୁ ପରାମର୍ଶ ଦିଆଯାଇଛି ।