ଇଣ୍ଡୋନେସିଆରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୫.୭

ନୂଆଦିଲ୍ଲୀ, ୨୦/୦୮ : ଇଣ୍ଡୋନେସିଆର ଇଷ୍ଟ ନୁସା ତେଙ୍ଗାରା ଅଞ୍ଚଳରେ ୫.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଅନୁସାରେ, ରୁଟେଙ୍ଗ ସହରଠାରୁ ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଭୂକମ୍ପ ପରେ ସୁନାମି ଚେତାବନୀ ଦିଆଯାଇନାହିଁ । ଭୂକମ୍ପର ଝଟକା ମାଙ୍ଗାରାଇ ରିଜେନ୍ସି, ପଶ୍ଚିମ ମାଙ୍ଗାରାଇ ରିଜେନ୍ସି, , ନାଗେକେଓ ରିଜେନ୍ସି ଏବଂ ପୂର୍ବ ସୁମ୍ବା ରିଜେନ୍ସିରେ ଅନୁଭୂତ ହୋଇଥିଲା । ଏହି ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ଝଟକା ଅନୁଭୂତ କରିଥିଲେ । ଫ୍ଲୋରେସ୍ ଅଞ୍ଚଳରେ ପୂର୍ବରୁ ଘଟିଥିବା ୭.୭ ତୀବ୍ରତାର ବଡ଼ ଭୂକମ୍ପ ପରେ ଆଫ୍ଟରଶକ୍ ଜାରି ରହିଛି । ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୮ ହୋଇଥିଲା । ୧୯ ଅଗଷ୍ଟ ୨୦୨୬ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୩,୦୫୫ଟି ଆଫ୍ଟରଶକ୍ ରେକର୍ଡ ହୋଇଛି । ୨.୦ ରୁ ୪.୦ ଭୂକମ୍ପ ଝଟକା ଲୋକମାନେ ଅନୁଭୂତ ହୋଇଛି । ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଫ୍ଟରଶକ୍ ସମୟରେ ଦୁର୍ବଳ କୋଠା ଭୁଶୁଡ଼ିବାର ଆଶଙ୍କା ଥିବାରୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି । ନାଗେକିଓରେ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ପରେ ଉପକୂଳ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା । ଭୂସ୍ଖଳନରେ ରାସ୍ତା ବନ୍ଦ, ବିଦ୍ୟୁତ୍ ବିଭ୍ରାଟ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।