ଆପଣ ଜାଣନ୍ତି କି, ସକାଳେ ଖାଲି ପେଟରେ ଘିଅ ଖାଇବା କେତେ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ ଘିଅ ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଦେଶୀ ଘିଅ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ସକାଳେ ଖାଲି ପେଟରେ ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ଯାହାକୁ ଏକ ଭଲ ଅଭ୍ୟାସ ବୋଲି ବିବେଚନା କରାଯାଏ । କିନ୍ତୁ ଆଉ କିଛି ଲୋକ ଘିଅ ଖାଇବାକୁ ପସନ୍ଦ କରିନଥାଆନ୍ତି । ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ । ଖାଲିପେଟରେ ଘିଅ ଖାଇବା କେବଳ ସୁସ୍ଥ ରଖି ନଥାଏ ବରଂ ତ୍ବଚା ପାଇଁ ମଧ୍ୟ ବେଷ୍ଟ ହୋଇଥାଏ । ତେବେ ଆସନ୍ତୁ ଖାଲିପେଟରେ ଘିଅ ଖାଇବାର ଫାଇଦା ସମ୍ପର୍କରେ ଜାଣିବା ।
ହଜମ କରେ : ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଚାମଚ ଘିଅ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ । ଘିଅରେ ବ୍ୟୁଟିରିକ ଏସିଡ୍ ଥିବାରୁ ଏହା ଆଣ୍ଟି ଇନଫ୍ଲୋମେଣ୍ଟାରୀ ଭାବେ କାର୍ଯ୍ୟ କରିଥାଏ । ଯାହା ଖାଦ୍ୟ ହଜମ କରିବାକୁ ସହଜ କରେ । ଏଥିସହ ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।
ଓଜନ ହ୍ରାସ କରେ : ସାଧାରଣତଃ ଆମେ ଭାବିଥାଉ ଘିଅ ଖାଇଲେ ଓଜନ ବୃଦ୍ଧି ପାଇଥାଏ । କିନ୍ତୁ ଖାଲିପେଟରେ ଘିଅ ଖାଇବା ଦ୍ବାରା ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହାକୁ ନିୟମିତ ଭାବେ ଖାଇବା ଦ୍ବାରା ଓଜନକୁ ନିୟନ୍ତ୍ରଣ କରାଯାଇପାରିବ । ଖାଲି ପେଟରେ ଏକ ଚାମଚ ଦେଶୀ ଘିଅ ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ । ଯାହା ଶରୀରର ଚର୍ବିକୁ ହ୍ରାସ କରିଥାଏ ।
ତ୍ବଚା ପାଇଁ ଲାଭକାରୀ : ଘିଅରେ ଥିବା ଭିଟାମିନ୍ ଚର୍ମକୁ ଚମକଦାର କରିଥାଏ ଏବଂ କୁଞ୍ଚନ ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଆପଣ ଆପଣଙ୍କ ମୁହଁରେ ପ୍ରାକୃତିକ ଚମକ ପାଇବାକୁ ଚାହାଁନ୍ତି, ତେବେ ସକାଳେ ଖାଲି ପେଟରେ ଗୋଟିଏ ଚାମଚ ଘିଅ ଖାଇବା ଆରମ୍ଭ କରନ୍ତୁ । ଯାହା ତ୍ବଚାରେ ନ୍ୟାଚୁରାଲ ଗ୍ଲୋ ଆଣିଥାଏ ।
ହାଡ଼ ପାଇଁ ଲାଭକାରୀ : ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକଙ୍କ ହାଡ଼ ଦୁର୍ବଳ ଥାଏ । ଘିଅକୁ ହାଡ଼ ପାଇଁ ମହୋଷଧି ଭାବେ ବିବେଚନା କରାଯାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ । ଘିଅରେ ଭିଟାମିନ୍ K ଥାଏ । ଯାହା ହାଡ଼କୁ ମଜବୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।