ସକାଳ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ଏହି ୫ ଜିନିଷ, ଦେବ ଅନେକ ଲାଭ

ସକାଳେ ଏକ ହେଲ୍ଦି ଏବଂ ପୁଷ୍ଟିକର ବ୍ରେକଫାଷ୍ଟ କରନ୍ତି, ତେବେ ରୋଗ ଆପଣଙ୍କଠାରୁ ଦୂରରେ ରହିବ ଏବଂ ଆପଣ ମଧ୍ୟ ଦିନସାରା ଶକ୍ତିଶାଳୀ ଅନୁଭବ କରିବେ । ପ୍ରକୃତରେ ବ୍ରେକଫାଷ୍ଟ ହେଉଛି ଦିନର ପ୍ରଥମ ଭୋଜନ, ତେଣୁ ଏହି ସମୟରେ ସର୍ବଦା ହେଲ୍ଦି ଖାଦ୍ୟ ଖାଇବା ଉଚିତ୍ । ଖାଲି ପେଟରେ ସକାଳେ ପ୍ରଥମେ ପାଣି ପିଅନ୍ତୁ । ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ଅପରିଷ୍କାର ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଇଥାଏ ।

ଏହା ପରେ, ଶରୀରକୁ ସୁସ୍ଥ ରଖିବା ପାଇଁ ଏକ ପୁଷ୍ଟିକର ବ୍ରେକଫାଷ୍ଟ ଖାଆନ୍ତୁ । ଦିନଟି ଭାରି ଭୋଜନ ସହିତ ନୁହେଁ ବରଂ ହାଲୁକା ଜଳଖିଆ ସହିତ ଆରମ୍ଭ ହେବା ଉଚିତ୍ । ଏହା ସହିତ, ଆପଣ ଦିନସାରା ସକ୍ରିୟ ରୁହନ୍ତି ଏବଂ ଆପଣ ଅଳସୁଆ ଅନୁଭବ କରନ୍ତି ନାହିଁ । ଏଥିସହ କ୍ୟାନସର ଭଳି ମାରାତ୍ମକ ରୋଗର ଆଶଙ୍କା ମଧ୍ୟ କମ୍ ହୋଇପାରେ । ତେବେ ସେହି ହେଲ୍ଦି ବ୍ରେକଫାଷ୍ଟ ସମ୍ପର୍କରେ ଆସନ୍ତୁ ଜାଣିବା । ଯାହା ଆପଣଙ୍କ ଦିନ ଆରମ୍ଭରୁ ସାମିଲ କରିବା ଦ୍ବାରା ଖୁବ୍ ପ୍ରଭାବଶାଳୀ ହେବ ।

ବିନା ଚିନି ଛତୁଆ : ବିନା ଚିନି ଛତୁଆ ଏକ ସ୍ୱାସ୍ଥ୍ୟକର ଓ ପୌଷ୍ଟିକ ଖାଦ୍ୟ ଏଥିରେ ଚିନି ନଥିବାରୁ ଏହାର କ୍ୟାଲୋରୀ ମଧ୍ୟ ନଥାଏ । ରକ୍ତରେ ଶର୍କରାର ସ୍ତରକୁ ହଠାତ୍ ବଢ଼ିବାରୁ ରୋକିବାରେ ସାହାଯ୍ୟ କରେ । ତେଣୁ ଏହା ଡାଇବେଟିସ ରୋଗୀଙ୍କୁ ଲାଭ ପ୍ରଦାନ କରିଥାଏ । ବିନା ଚିନିର ଛତୁଆକୁ ବେଷ୍ଟ ବ୍ରେକଫାଷ୍ଟ ଭାବେ ବିବେଚନା କରାଯାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ ।

ବିନା ଥଣ୍ଡା ଦହି: ଆପଣ ଜାଣନ୍ତି କି, ଫ୍ରିଜରୁ ସିଧାସଳଖ ବାହାର କରାଯାଇଥିବା ଅତ୍ୟଧିକ ଥଣ୍ଡା ଦହି ପରିବର୍ତ୍ତେ ସାଧାରଣ ତାପମାତ୍ରାରେ ଥିବା ଦହି ଖାଇବାକୁ ଅନେକ ଲୋକ ଅଧିକ ସୁବିଧାଜନକ ମନେ କରନ୍ତି । ସାଧାରଣ ତାପମାତ୍ରାର ଦହି ଅନେକ ଲୋକଙ୍କ ପାଇଁ ହଜମ କରିବାରେ ସାହାଯ୍ୟ କରେ । ଦହି କ୍ୟାଲସିୟମ, ପ୍ରୋଟିନ ଏବଂ ଭିଟାମିନ ବି–୧୨ର ଭଲ ଉତ୍ସ, ଯାହା ହାଡ଼ ଓ ମାଂସପେଶୀ ପାଇଁ ଉପକାରୀ । ତେଣୁ ଆପଣଙ୍କ ଡାଏଟ୍ ପ୍ଲାନରେ ବିନା ଥଣ୍ଡାର ଦହିକୁ ସାମିଲ କରିପାରିବେ ।

ଫଳ: ସକାଳ ବ୍ରେକଫାଷ୍ଟରେ କଦଳୀ,ଅଙ୍ଗୁର ଏବଂ କମଳା ଖାଇବା ଦ୍ବାରା ଖୁବ୍ ଫାଇଦା ମିଳିଥାଏ । ଏହାକୁ ଫ୍ରୁଟ୍ ସାଲାଡ୍ କିମ୍ବା ସେହିପରି ଚୋବାଇ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ବୋଲି ସାବ୍ୟସ୍ତ ହୋଇପାରେ । ଯଦି ନିଜକୁ ଫିଟ୍ ରଖିବାକୁ ଚାହାଁନ୍ତି ତେବେ ଏହି ସବୁ ଫଳକୁ ସକାଳର ବ୍ରେକଫାଷ୍ଟରେ ନିଶ୍ଚୟ ସାମିଲ କରନ୍ତୁ । ଏହାକୁ ଦହିରେ ମଧ୍ୟ ମିଶାଇ ଖାଇପାରିବେ । ହେଲେ ସକାଳୁ ଏହି ସବୁ ଫଳର ଜୁସକୁ ଆଦୌ ପିଅନ୍ତୁ ନାହିଁ ।

ଦହି ଭାତ: ଅନେକ ସମୟରେ ରାତିର ବଳକା ଭାତକୁ ସକାଳେ ଆମେ ପଖାଳ ଆକାରରେ ଖାଇଥାଉ । କିନ୍ତୁ ସେଥିରେ ସାମାନ୍ୟ ଦହି ମିଶାଇ ଖାଇବା ଖୁବ୍ ପ୍ରଭାବଶାଳୀ ହୋଇଥାଏ । ଦହି ଭାତ ଏକ ସରଳ, ସୁସ୍ୱାଦୁ ଏବଂ ପୌଷ୍ଟିକ ଖାଦ୍ୟ । ଏହା ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ ।

ଅଣ୍ଡା ସହ ଟମାଟୋ: ନନ୍ ଭେଜ୍ ଲଭର୍ସଙ୍କ ପାଇଁ ଅଣ୍ଡା ସହ କଞ୍ଚା ଟମାଟୋ ଖାଇବା ବରଦାନ ସଦୃଶ ହୋଇଥାଏ । ତେଣୁ ଏହା ସକାଳର ବ୍ରେକଫାଷ୍ଟ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଯଦି ଆପଣ ନିଜକୁ ହେଲ୍ଦି ଏବଯ ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ସକାଳ ବ୍ରେକଫାଷ୍ଟରେ ଏହି ୫ ଟି ଜିନିଷକୁ ନିଶ୍ଚୟ ସାମିଲ କରନ୍ତୁ । ଯାହା ଅମୃତ ସମାନ ହୋଇଥାଏ ।

SBI AD