ଭୁବନେଶ୍ଵର,୯ /୯: ପୁରୁଣା ଭୁବନେଶ୍ବର ସ୍ଥାନିୟ ୬୦ନମ୍ବରୱ।ଡ଼ କର୍ଯ୍ୟାଳୟରେ ଏକାମ୍ର ବରିଷ୍ଠ ନାଗରିକ ସଂଘ ତରଫରୁ ବରିଷ୍ଠ ନାଗରିକମାନଙ୍କର ଏକ ବିରାଟ ସମାବେଶର ଆୟୋଜନ କରାଯାଇଥିଲା l କରୋନା ମହାମାରୀ ଯୋଗୁ ସଂଗଠନ ଏଭଳି ସମାବେଶରୁ ନିଜକୁ ନିବୃତ୍ତ କରିଥିଲେ ମଧ୍ୟ ସରକାରଙ୍କ କରୋନା କଟକଣାରେ କୋହଳ ନୀତି ଅବଲମ୍ବନ ଯୋଗୁଁ ଶତାଧିକ ବରିଷ୍ଠ ନାଗରିକ ଆଜି ଏହି ସମାବେଶରେ ଯୋଗ ଦେଇ ପରସ୍ପର ସହିତ ଭାବର ଆଦାନପ୍ରଦାନ କରିଥିଲେ l ସଭାରେ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ଦୁଇ ଦୁଇଟା ଟୀକା ନେଇ ଉପସ୍ଥିତ ଥିବାରୁ ବୈଠକରେ ସମସ୍ତେ ଆଶ୍ଵସ୍ଥ ଅନୁଭବ କରିଥିଲେ ସଂଗଠନର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ସଭାପତି ଶ୍ରୀ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ପରସ୍ପର ର ସହଯୋଗ ରହିଲେ ଆମର ଉଦ୍ଦିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚିଵା ସହଜ ହୋଇପାରିବ ବୋଲି ସମସ୍ତଙ୍କୁ ସତର୍କ କରାଇଦେଇଥିଲେ l

ଏହି ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପୁରୁଣା ଭୁବନେଶ୍ବରର ପାଣି ସମସ୍ୟାର ସମାଧାନ ହୋଇଯିବ ବୋଲି ସୁଚାଇଥିଲେ l ସଭାରେ ଏତେ ସଂଖ୍ୟାରେ ବରିଷ୍ଠ ନାଗରିକ ମାନଙ୍କର ଉପସ୍ଥିତ ଦେଖୀ ଖୁସି ବ୍ୟକ୍ତ କରିଥିଲେ ଏବଂ ବିଧାୟକ ପାଣ୍ଠିରୁ ସମସ୍ତବରିଷ୍ଠ ନାଗରିକମାନଙ୍କୁ ମାସ୍କ,ସାନିଟାଇଜର, ଅନ୍ୟାନ୍ୟ ଜିନିଷର ଏକ କିଟ୍ ପ୍ରତ୍ୟେକ ନାଗରିକମାନଙ୍କୁ ଦେବାପାଇଁ ଆଣିଛନ୍ତି ବୋଲି ସୁଚାଇ ଏହାକୁ ନାଗରିକ ମଧ୍ୟରେ ବଣ୍ଟନ କରିଥିଲେ l ସଂଘର ଉପଦେଷ୍ଟା ରାଜେନ୍ଦ୍ର ସମର୍ଥ। ସମାବେଶର ଆଭିମୁଖ୍ୟ ସମ୍ପର୍କରେ ସୁଚାଇ ବରିଷ୍ଠ ନାଗରିକ ମାନେ ଏକଜୁଟ ରହିଲେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ସଂପାଦକ ଧିରେନ ପଟ୍ଟନାୟକ ସାମାନ୍ୟ ଏକ ଫୋନ କଲରୁ ଏତେ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଆସି ଉପସ୍ଥିତ ଥିବାରୁ ଖୁସି ବ୍ୟକ୍ତ କରିଥିଲେ l

ସଂପୂର୍ଣ୍ଣ ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ବ ରକ୍ଷାକରି ଅନୁଷ୍ଠିତ ଏହି ସଭାରେ ଉପସଭାପତି ଡଃ ନୀତି ରଞ୍ଜନ ଚାନ୍ଦ, ଅଶୋକ ଆଚାର୍ଯ୍ୟ , କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତି, ନରସିଂହ ଖୁଣ୍ଟିଆ ,ନିରଞ୍ଜନ ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ରମେଶ ଚନ୍ଦ୍ର ବେହେରା, ଦିଗମ୍ବର ସାମଲ, ଅକ୍ଷୟ ଦାସ ,କ୍ଷିରୋଦ ଶତପଥି, ପ୍ରଶାନ୍ତ ମିଶ୍ର ,ଵଡୁ ନିଯୋଗର ସଭାପତି ଅଞ୍ଚଳ ବଟୁ, ସଂପାଦକ କମଳାକାନ୍ତ ବଟୁ ,ସରୋଜ ପ୍ରଧାନ, ବିଜୟ ମଲ୍ଲିଆ ,ପ୍ରଭୁତି ଯୋଗଦେଇଥିଲେ l