ନକଲି ଏସଆଇ ଗିରଫ

ଋାଉରକେଲା: ଖାକି ବର୍ଦ୍ଦି ପାଇଁ ମନରେ ରହିଛି ଅହେତୁକ ଦୁର୍ବଳତା । ଯେଉଁଥିପାଇଁ ଆିନକୁ ହାତକୁ ନେବାକୁ ବି ପଛାଇଲେନି ଜଣେ ଯୁବକ । ଏ ଘଟଣା ଘଟିଛି ରାଉରକେଲାର ୧୮ ନମ୍ବର ମାର୍କେଟରେ । ପୋଲିସ ପୋଷାକ ପ୍ରତି ମନରେ ବହୁତ ଦୁର୍ବଳତା ଭରି ରହିଛି । ତେଣୁ ବର୍ଦ୍ଦି ପିନ୍ଧି ମାର୍କେଟରେ ଘୁରି ବୁଲୁଥିଲେ ଅଶୋକ । କିନ୍ତୁ ସେ ପିନ୍ଧିଥିବା ପୋଷାକ ଥିଲା ନକଲି ।

୨ ଷ୍ଟାର ବା ସବଇନ୍ସପେକ୍ଟର ପୋଷାକ ପିନ୍ଧି ମାର୍କେଟରେ ଘୁରି ବୁଲୁଥିବାରୁ ଅଶୋକଙ୍କୁ ପୋଲିସ ଗିରଫ କରିଛି । ଖାକି ବର୍ଦ୍ଦି ପ୍ରତି ମନରେ ଥିବା ଦୁର୍ବଳତା ଆଜି ତାଙ୍କୁ ସେହି ଖାକି ବର୍ଦ୍ଦି ପିନ୍ଧା ବାବୁଙ୍କ ହାତରେ ଗିରଫ କରାଇଛି । ନକଲି ପୋଲିସ ୟୁନିଫର୍ମ ପିନ୍ଧି ମାର୍କେଟରେବୁଲିବବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ମାର୍କେଟରେ ପୋଷାକ ପିନ୍ଧି ବୁଲିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଚାଲି ଚଳଣି ଉପରେ ସନ୍ଦେହ କରି ପୋଲିସକୁ କବର ଦେଇଥିଲେ । ପୋଲିସ ଆସି ଘଟରା ସ୍ଥଳରେ ତାଙ୍କୁ ପଚରାଉଚରା କରିବାରୁ ସେ ଯାହା ଉତ୍ତର ଦେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ମୁଁ କୌଣସି ପୋଲିସ ବିଭାଗରେ କାର୍ଯ୍ୟରତ ନାହିଁ, ମୋ ସଉକ ପାଇଁ ମୁଁ ଏହି ପୋଷାକ ପିନ୍ଧିଛି ବୋଲି ଅଶୋକ ପୋଲିସକୁ କହିଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରି ଥାନାରେ ରଖିଛି ।