ଭୁବନେଶ୍ୱର, ୧୭/୦୭ : ଭୁବନେଶ୍ବର ରାଜମହଲ ଛକରେ ଥିବା ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ ହୋଇଛି । ଭୋର ୫ଟା ବେଳେ ହଠାତ୍ ଧୂଆଁ ବାହାରିଥିଲା । ଅଗ୍ନିକାଣ୍ଡର ସନ୍ଦେହ ହେବା ପରେ ତୁରନ୍ତ ଫାୟାର ଷ୍ଟେସନକୁ ଖବର ଦିଆଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଭୁବନେଶ୍ୱର ଫାୟାର ଷ୍ଟେସନର ଟିମ୍ । ଏହାପରେ ସେକ୍ରେଟାରିଏଟ୍ ଫାୟାର ଷ୍ଟେସନ୍ ଓ ସିଆର୍ଏସ୍ଏଫ୍ଏଫ୍ର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ଅପରେସନ୍ କରି ନିଆଁକୁ ଆୟତ୍ତ କରିଥିଲେ । ତେବେ , ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ନେଇ ଅଧିକ ତଦନ୍ତ ଜାରି ରହିଛି।ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି ହୋଇନାହିଁ। ଅଗ୍ନିକାଣ୍ଡ କିପରି ଲାଗିଲା ସେନେଇ ତଦନ୍ତ ଚାଲିଛି।
