ଭୁବନେଶ୍ୱର : କିଟ ଓ କିସ ପରିଦର୍ଶନରେ ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଚିରିଲ୍ ଗାବୁରିସି ଆସି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କିଟ ଓ କିସ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ସହ ସ୍ଵାଗତ କରିଥିଲେ। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ‘କିଟ୍ ଅନ୍ତର୍ଜାତୀୟ ଛାୟା ଜାତିସଂଘ ୨୦୨୬’ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବିଶିଷ୍ଟ ପ୍ରତିନିଧି ଦଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆମେରିକୀୟ ପ୍ରତିନିଧି ଦଳରେ ବୋଥେଲ୍ ସହରର ମେୟର ମାସନ୍ ଥମ୍ପସନ୍; ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ନିକି ଗିଜଲର୍; ମୋଣ୍ଟାନା ଶ୍ରମ ଓ ଶିଳ୍ପ ବିଭାଗର ପ୍ରତିଷ୍ଠାତା ଟ୍ରାଇବାଲ୍ ଲିଆଜନ୍ ଡୋନାଲ୍ଡ ୱେଟଜେଲ୍; ଜେ.ଡବ୍ଲୁ.ଟି କ୍ୟାପିଟାଲ୍, ଏଲ୍.ଏଲ୍.ସିର ପ୍ରତିଷ୍ଠାତା ସହଭାଗୀ ଡୋନାଲ୍ଡ କେପ୍; ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର ବୋର୍ଡ ସଦସ୍ୟା ତଥା ମିସୌଲା ଇଲେକ୍ଟ୍ରିକ୍ କୋଅପରେଟିଭ୍ର ଯୋଗାଯୋଗ ଓ କାର୍ଯ୍ୟନିର୍ବାହୀ ସେବା ପରିଚାଳିକା କିନା କୁନ୍; ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର ବୋର୍ଡ ସଦସ୍ୟ ପଲ୍ ଫ୍ରାଙ୍କ୍ ଗ୍ରୀନ୍; ରକି ମାଉଣ୍ଟେନ୍ ଏଲ୍କ ଫାଉଣ୍ଡେସନର ସାମୁଏଲ୍ ଗିଜଲର୍; ଏବଂ ଇଗଲ୍ ବ୍ୟାନକର୍ପ ମୋଣ୍ଟାନା ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟା ସାଭନ୍ କେପ୍ ପ୍ରମୁଖ ସାମିଲ ଅଛନ୍ତି। ସେମାନଙ୍କୁ ମଧ୍ୟ କିଟ ଓ କିସ ପକ୍ଷରୁ ସ୍ଵାଗତ କରାଯାଇ ଥିଲା। ପ୍ରତିବର୍ଷ ଯୁବପିଢ଼ିଙ୍କ ମଧ୍ୟରେ କୂଟନୈତିକ ଆଲୋଚନା, ବିତର୍କ ଏବଂ ଅନ୍ତର୍ଜାତୀୟ ଭାବ ବିନିମୟ ପାଇଁ ‘କିଟ୍ ଅନ୍ତର୍ଜାତୀୟ ଛାୟା ଜାତିସଂଘ (KIIT MUN) ଆୟୋଜନ କରାଯାଇଥାଏ। ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଆନ୍ତର୍ଜାତୀୟ ଅତିଥିମାନଙ୍କ ଅଂଶଗ୍ରହଣ ସହିତ, କିଟ୍ ଏମ୍.ୟୁ.ଏନ୍ ୨୦୨୬ ଯୁବ ପ୍ରତିନିଧିମାନଙ୍କୁ ବୈଶ୍ୱିକ ଆହ୍ୱାନ ଉପରେ ବିଚାରବିମର୍ଶ କରିବା, ନିଜର ମତାମତ ବିନିମୟ କରିବା ଏବଂ କୂଟନୀତି, ନେତୃତ୍ୱ ଓ ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ସେମାନଙ୍କର ଜ୍ଞାନ ବୃଦ୍ଧି କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।