ଶିକ୍ଷକଙ୍କୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୦୫/୦୯ : ଶିକ୍ଷକମାନେ ଦେଶର ଭବିଷ୍ୟତ ଗଢ଼ନ୍ତି । ତେଣୁ ପ୍ରତ୍ୟେକ ନାଗରିକ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିକ୍ଷକ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ମତ ରଖିଛନ୍ତି ରାଷ୍ଟ୍ରପତି । ଶିକ୍ଷକଙ୍କ ଦାୟିତ୍ୱ କେବଳ ପାଠ୍ୟକ୍ରମ ଶିକ୍ଷାଦାନରେ ସୀମିତ ନୁହେଁ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନ ଚିନ୍ତାଧାରା, ପ୍ରଶ୍ନ କରିବାର ମନୋଭାବ, ବିଚାରଶକ୍ତି ଓ ନୈତିକ ମୂଲ୍ୟବୋଧ ବିକଶିତ କରିବା ମଧ୍ୟ ଶିକ୍ଷକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।