ଦିନକୁ ଦିନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁନା ଚୋରାଚାଲାଣ ବଢ଼ିବାରେ ଲାଗିଛି, ଆଜି ପୁଣି ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ସୁନା ।ଜଣେ ପଞ୍ଜାବୀ ଯାତ୍ରୀଙ୍କ ଠାରୁ ୨୪୯ଗ୍ରାମର ସୁନା ଜବତ କରାଯାଇଛି। ସୁନାର ଚୋରାଚାଲାଣ ସମୟରେ ବହିଃଶୁକ୍ଲ ବିଭାଗ ଯାତ୍ରୀ ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ କିଛି ମାସ ହେବ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣରେ ଚୋରା ସୁନା ଜବତ ହେଉଛି। ତେବେ ଏମିତି ବାରମ୍ବାର ଘଟିବ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେତେଦୂର ହେଉଛି ତାହା ଦେଖିବାର କଥା । ଠାରେ ନୁହେଁ ଏକାଧିକ ଥର ଧାରା ଗଲାଣି ସୁନା , ହେଲେ ଦିନକୁ ଦିନ ଅଧିକରୁ ଅଧିକ ମାତ୍ରାରେ ଶୁଣିବାକୁ ମିଳୁଛି ଏହି କାରବାର ର ଖବର । ତେବେ ଏହା ଉପରେ ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।