ସକାଳ ଆରମ୍ଭରୁ ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହେଉଛି । ୨ ଦିନ ହେବ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଗ୍ନି ବର୍ଷା ହେବା ଭଳି ଖରା ହୋଇଥିଲା । ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଥିବାବେଳେ, ପାଣିପାଗ ବିଜ୍ଞାନୀମାନଙ୍କ ଆକଳନ କିନ୍ତୁ ବିଚଳିତ କଲାଭଳି।
ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ପୂର୍ବାନୁମାନ କହୁଛି, ପାଞ୍ଚ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓ କେନ୍ଦ୍ର ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହି ପାରେ ।ମୌସୁମୀ ଫେରି ବର୍ଷା ହେଲାବେଳକୁ ପ୍ରାୟ ଜୁନ୍ ମାସ ଶେଷ ହୋଇ ଯାଇପାରେ । ରାଜ୍ୟରେ ବଢୁଥିବା ଗୁଳୁଗୁଳି ଏବଂ ଖରା ରୁ ମିଳୁନି ନିସ୍ତାର, ଜଣ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଥିବା ବେଳେ , ସମସ୍ତଙ୍କ ନଜର ଏବେ ମୌସୁମୀ ବର୍ଷା ଉପରେ ।
ମୌସୁମୀ ଫେରିଲେ ତାତିରୁ ସାମାନ୍ୟ ନିସ୍ତାର ମିଳିବ ବୋଲି ଆଶା କରାଯାଇପାରେ ।
Prev Post
Next Post