ଏସ.ସି.ବି ପୁରୁଣା ଆଉଟ ଆଗରେ ଧାରଣା

0

କଟକ ଏସ.ସି.ବି ରେ ପୁଣି ଅଚଳାବସ୍ଥା । ଆଉଟ ସୋର୍ସିଂରେ କାର୍ଯ୍ୟରତ କର୍ମଚାରୀ ମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ୧୩୦ରୁ ଉର୍ଦ୍ଧ କର୍ମଚାରୀ ପୁରୁଣା ଆଉଟ ଡୋର ନିକଟରେ ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ଶୁଣୁନଥିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ଫଳରେ ଏସ.ସି.ବିରେ ଏକ୍ସରେ ହୋଇାରୁନାହିଁ । ମେଡିକାଲକୁ ଆସିଥିବା ରୋଗୀ ହନ୍ତସନ୍ତ ହୋଇ ବାଧ୍ୟ ହୋଇ ଘରୋଇ ନର୍ସିଂହୋମରେ ଏକ୍ସରେ କରୁଛନ୍ତି ।

Leave A Reply

Your email address will not be published.