ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ଖୋଲିଲା ୪ଟି ଗେଟ୍

ଭୁବନେଶ୍ୱର, ୨୦/୦୭ : ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜଳ ପରିଚାଳନା ପାଇଁ କର୍ତ୍ତୃପକ୍ଷ ହୀରାକୁଦ ଡ୍ୟାମର ୪ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହା ମଧ୍ୟରୁ ବାମ ପାର୍ଶ୍ୱର ୩ଟି ଏବଂ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଉପରମୁଣ୍ଡରୁ ହାରାହାରି ୧ ଲକ୍ଷ ୫୭ ହଜାର କ୍ୟୁସେକ ବନ୍ୟା ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଏହାର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗେଟ୍ ଓ କେନାଲ ଦେଇ ପ୍ରାୟ ୩୩ ହଜାର ୬୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଗକୁ ଉପରମୁଣ୍ଡରୁ ଜଳପ୍ରବେଶର ପରିମାଣ ଏବଂ ସାମଗ୍ରିକ ସ୍ଥିତିକୁ ଅନୁଧ୍ୟାନ କରି ଆହୁରି ଅଧିକ ଗେଟ୍ ଖୋଲାଯିବ କି ନାହିଁ, ସେ ନେଇ ଡ୍ୟାମ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ନଦୀ ଅବବାହିକା ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

SBI AD