ଟେଷ୍ଟରୁ ଅବସର ନେଲେ ରୋହିତ ଶର୍ମା

0

ନୂଆଦିଲ୍ଲୀ, ୦୭/୦୫ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟରୁ ଅବସର ନେଇ ଘୋଷଣା କଲେ ରୋହିତ ଶର୍ମା । ଏହା ପୂର୍ବରୁ ରୋହିତ ଶର୍ମା ଟି ଟ୍ବେଣ୍ଟିରୁ ଅବସର ଘୋଷଣା କରିଥିଲେ । ତେବେ ଦିନିକିଆରେ ନିଜ ଖେଳ ଜାରି ରଖିବେ। ଟେଷ୍ଟରୁ ନିଜ ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ରୋହିତ ଶର୍ମା। ୨୦୧୩ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ । ୬୭ଟି ଟେଷ୍ଟରେ ୧୨ଟି ଶତକ, ୧୮ ଅର୍ଦ୍ଧଶତକ କରିଛନ୍ତି ରୋହିତ ଶର୍ମା ।

Leave A Reply

Your email address will not be published.