ମୁମ୍ବାଇ ନିକଟରେ ଭୟଙ୍କର ଦୁର୍ଘଟଣା: କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ, ୩୧/୦୭ : ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ କେତେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । କୋଠା ପରିସରରେ ମରାମତି କାମ ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । ଗୁରୁବାର ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ପାୱାରଲୁମ୍ ସହର ବାଲାଜୀ ନଗରରେ ଥିବା କୋହିନୂର ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଭିୱାଣ୍ଡି-ନିଜାମପୁର ମ୍ୟୁନିସିପାଲ୍ କର୍ପୋରେସନର ଅଗ୍ନିଶମ ଅଧିକାରୀ ବିଜୟ ଜାଧବ କହିଛନ୍ତି ଯେ, ଭଗ୍ନାବଶେଷ ମଧ୍ୟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଆହତ ବାଳକକୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

SBI AD