୨୦୨୭ ଦିନିକିଆ ୱାର୍ଲ୍ଡକପ୍‌: ୧୨ଟି ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ, ୩୧/୦୭ : ଆସନ୍ତା ୨୦୨୭ ପୁରୁଷ ଦିନିକିଆ କ୍ରିକେଟ୍ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମିଳିତ ଆୟୋଜନରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ICC) ୧୨ଟି ଗ୍ରାଉଣ୍ଡକୁ ଚୂଡ଼ାନ୍ତ ମୋହର ମାରିଛି। ଏହି ବିଶ୍ୱକପ୍‌ର ମୋଟ ୫୭ଟି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଏବଂ ନାମିବିଆର ୧ଟି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ପ୍ରାୟ ୨୪ ବର୍ଷ ପରେ ପୁଣି ଥରେ ଆଫ୍ରିକା ମହାଦ୍ୱୀପକୁ ଦିନିକିଆ କ୍ରିକେଟ୍ ବିଶ୍ୱକପ୍‌ ଫେରୁଛି। ଏହାପୂର୍ବରୁ ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ କେନ୍ୟା ମିଶି ବିଶ୍ୱକପ୍ ଆୟୋଜନ କରିଥିଲେ।

ଦକ୍ଷିଣ ଆଫ୍ରିକା (୮ଟି ଷ୍ଟାଡିୟମ୍): ୱାଣ୍ଡରର୍ସ ଷ୍ଟାଡିୟମ୍ (ଜୋହାନ୍ସବର୍ଗ), ସୁପରସ୍ପୋର୍ଟ ପାର୍କ (ତ୍ଶୱାନେ/ସେଞ୍ଚୁରିଅନ୍), ନିଉଲ୍ୟାଣ୍ଡସ କ୍ରିକେଟ୍ ଗ୍ରାଉଣ୍ଡ (କେପ୍ ଟାଉନ୍), କିଙ୍ଗସମିଡ୍ କ୍ରିକେଟ୍ ଗ୍ରାଉଣ୍ଡ (ଡର୍ବାନ୍), ସେଣ୍ଟ ଜୋର୍ଜ ପାର୍କ (ଗକେବେର୍ହା), ମାନଗୁଆଙ୍ଗ ଓଭାଲ (ବ୍ଲୁମଫୋଣ୍ଟେନ୍), ବୋଲାଣ୍ଡ ପାର୍କ (ପାର୍ଲ) ଏବଂ ବଫାଲୋ ପାର୍କ (କୁଗୋମ୍ପୋ ସିଟି/ଇଷ୍ଟ ଲଣ୍ଡନ୍)।

ଜିମ୍ବାୱେ (୩ଟି ଷ୍ଟାଡିୟମ୍): ହରାରେ ସ୍ପୋର୍ଟସ କ୍ଲବ୍ (ହରାରେ), କ୍ୱିନ୍ସ ସ୍ପୋର୍ଟସ କ୍ଲବ୍ (ବୁଲାୱାୟୋ) ଏବଂ ଫାଲେ ମୋସି-ଓ-ଟୁନ୍ୟା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ (ଭିକ୍ଟୋରିଆ ଫଲସ।

ନାମିବିଆ (୧ଟି ଷ୍ଟାଡିୟମ୍): ନାମିବିଆ କ୍ରିକେଟ୍ ଗ୍ରାଉଣ୍ଡ (ୱିଣ୍ଡହକ୍)।

ଏଥର ବିଶ୍ୱକପ୍‌ରେ ମୋଟ ୧୪ଟି ଦଳ ଭାଗ ନେବେ ଏବଂ ନୂଆ ୩-ଷ୍ଟେଜ୍ ଫର୍ମାଟ୍‌ରେ ମ୍ୟାଚ୍ ଖେଳାଯିବ:

ସୁପର ସିରିଜ୍: ର଼୍ୟାଙ୍କିଂର ସବୁଠୁ ତଳେ ଥିବା ୩ଟି ଦଳ (୧୨ରୁ ୧୪ ନମ୍ବର) ମଧ୍ୟରେ ପ୍ରଥମେ ସୁପର ସିରିଜ୍ ପ୍ଲେ-ଅଫ୍ ହେବ। ଏହି ଷ୍ଟେଜ୍ ଅତିକ୍ରମ କରି କେବଳ ଗୋଟିଏ ଟିମ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ।

ଗ୍ରୁପ୍ ଷ୍ଟେଜ୍: ଏହାପରେ ୧୨ଟି ଦଳକୁ ୬-୬ଟି ଟିମ୍ ବିଶିଷ୍ଟ ୨ଟି ଗ୍ରୁପ୍‌ରେ ବିଭାଗ କରାଯିବ।

ସୁପର ୭ ଓ ଫାଇନାଲ୍: ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦଳଗୁଡ଼ିକୁ ନେଇ ମୋଟ ୭ଟି ଟିମ୍ ‘ସୁପର-୭’ ପର୍ଯ୍ୟାୟରେ ପ୍ରବେଶ କରିବେ। ସୁପର-୭ ପଏଣ୍ଟ ଟେବୁଲ୍‌ର ଶୀର୍ଷ ୪ଟି ଦଳ ସେମିଫାଇନାଲ୍ ଖେଳିବେ ଏବଂ ବିଜେତା ଦଳଗୁଡ଼ିକ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ।

SBI AD