ନୂଆଦିଲ୍ଲୀ,୧୮/୧୧: ଭାରତୀୟ ବାୟୁସେନାର MI-17 ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । ସୌଭାଗ୍ୟବଶତ, ହେଲିକପ୍ଟରରେ ଉଭୟ ପାଇଲଟ୍ ଏବଂ ତିନିଜଣ କ୍ରୁ ମେମ୍ୱର ସୁରକ୍ଷିତ ଅଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୁହାଯାଉଛି ଯେ ହେଲିକପ୍ଟରଟି ଦୀର୍ଘ ସମୟ ଧରି ବ୍ୟବହୃତ ହେଉନଥିଲା ।
ଯେତେବେଳେ ପାଇଲଟ ବିମାନ ଉଡ଼ାଣ କରିବାକୁ ଚେଷ୍ଟା କରିଥିଲା । ସେତେବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାର ଘଟିବାର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡିନି । ଦୁର୍ଘଟଣା ପରେ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।