ପାକିସ୍ତାନରେ ବଡ ଦୁର୍ଘଟଣା : କୋଇଲା ଖଣି ଧସି ୩୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୧/୦୭ : ପାକିସ୍ତାନର କ୍ୱେଟାର ଉପକଣ୍ଠରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ପରେ ଅତି କମରେ ୩୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୦ ଜଣ ଏବେ ବି ଫସି ରହିଛନ୍ତି। ବେଲୁଚିସ୍ତାନର ଖଣି ଏବଂ ଖଣିଜ ବିକାଶ ମନ୍ତ୍ରୀ ସୋଏବ ନୋଶେରୱାନି ରଏଟର୍ସଙ୍କୁ କହିଛନ୍ତି ଯେ ବିସ୍ଫୋରଣ ସମୟରେ କମ୍ପ୍ଲେକ୍ସର ଭୁଶୁଡ଼ି ପଡ଼ିଥିବା ଅଂଶ ଭିତରେ ୩୬ ଜଣ ଲୋକ ଥିଲେ। ସରକାରୀ ଖଣି ନିରୀକ୍ଷକ ଘନି ବାଲୋଚ୍‌ଙ୍କ ଅନୁଯାୟୀ, ମିଥେନ୍ ଗ୍ୟାସ ଜମା ହେବା ଯୋଗୁଁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର କିଛି ଘଣ୍ଟା ପରେ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ପରେ ଆହୁରି ୨୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ ମିଥେନ୍ ଗ୍ୟାସ ବିସ୍ଫୋରଣ ପରେ ଅକ୍ସିଜେନ୍ ସ୍ତର ଶୂନ୍ୟ ପାଖାପାଖି ଖସିଯାଇଛି, ଯାହା ଫଳରେ ବଞ୍ଚିଥିବା ଲୋକଙ୍କୁ ଖୋଜିବାର ସମ୍ଭାବନା ବହୁତ କମ୍ ହୋଇଯାଇଛି। ପ୍ରାନ୍ତର ଖଣି ମୁଖ୍ୟ ନିରୀକ୍ଷକ ମହମ୍ମଦ ଆତିଫ୍ କହିଛନ୍ତି ଯେ ୪୦୦୦ ଫୁଟ ଗଭୀରତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସେ କହିଛନ୍ତି, ଆମେ କିଛି ଖଣି ଶ୍ରମିକଙ୍କୁ ଜୀବିତ ପାଇବାକୁ ଆଶା କରୁଛୁ, କିନ୍ତୁ ସମ୍ଭାବନା କ୍ଷୀଣ। ଅଞ୍ଚଳର ଜଣେ ବରିଷ୍ଠ ସରକାରୀ ଖଣି ଅଧିକାରୀ ଅବଦୁଲ ଘନି ବାଲୋଚ୍ କହିଛନ୍ତି ଯେ ଏକ ବଡ଼ ମିଥେନ ଗ୍ୟାସ ବିସ୍ଫୋରଣ ପରସ୍ପର ନିକଟରେ ଥିବା ଦୁଇଟି ଖଣିକୁ କ୍ଷତିଗ୍ରସ୍ତ କରିଛି।

SBI AD