ଓଡ଼ିଶା କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୮ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୦୮/୦୯ : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ସରିଛି ୪୭ତମ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ବିଭାଗର ୧୮ ପ୍ରସ୍ତାବକୁ ପୂର୍ଣ୍ଣ ଅନୁମୋଦନ ମିଳିଛି। ରାଜ୍ୟ ଇତିହାସର ସବୁଠୁ ବଡ ବିଦ୍ୟୁତ ନିବେଶ – ୧୫,୯୪୮.୭୦ କୋଟି। ପ୍ରଥମ ଥର ପାଇଁ ରାଜ୍ୟରେ ୭୬୫ କେଭି ନେଟୱାର୍କ। ଖୁଣ୍ଟୁଣୀ, ଡୁବୁରୀ, କୋଲାବିରାରେ ୩ଟି ନୂଆ ଗ୍ରୀଡ ସବଷ୍ଟେସନ। ୪୦୦ କେଭି ୫ରୁ ୧୩କୁ ବୃଦ୍ଧି, ୨୨୦ କେଭି ୪୮ରୁ ୭୫କୁ। ହୀରାକୁଦ, ଇନ୍ଦ୍ରାବତୀ ଫ୍ଲୋଟିଂ ସୋଲାର ପାଇଁ ସ୍ୱତନ୍ତ୍ର ନେଟୱାର୍କ ଓ AI ବେସ ମେଣ୍ଟେନାନ୍ସ। ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ ୨୦୨୬ ଲାଗୁ। ୨୦୦୩ ଓ ୨୦୧୯ ୟୁନିଫର୍ମ ପଲିସି ବାତିଲ। ସମ୍ପୂର୍ଣ ଅନଲାଇନ ପୋର୍ଟାଲ, GIS ମ୍ୟାପିଂ, ଭୂଲେଖ ସହ ସଂଯୋଗ। BMV/ALSS ଯାହା ଅଧିକ ସେହି ହାରରେ ସେଟଲମେଣ୍ଟ, ଜାଲିଆତି ରୋକିବାକୁ କଡା ପ୍ରାବଧାନ।ଶିକ୍ଷା କ୍ଷେତ୍ରରେ ନୂଆ ଯୋଜନା – ପଞ୍ଚସଖା ଶିକ୍ଷା ସେତୁ। ସରକାରୀ ସ୍କୁଲ ପାଇଁ ଦାନ କଲେ ସରକାର ଦେବେ ଦୁଇଗୁଣା। ଦାତା ୧ ଟଙ୍କା ଦେଲେ ସରକାର ୨ ଟଙ୍କା, ସର୍ବାଧିକ ୫୦ ଲକ୍ଷ ଯାଏ ମ୍ୟାଚିଂ ଗ୍ରାଣ୍ଟ। ୫ ବର୍ଷରେ ୩୧୨.୯୬ କୋଟି ଖର୍ଚ୍ଚ। ୟୁନିଫର୍ମ ନିଯୁକ୍ତିରେ ସଂସ୍କାର। OUSSSC ନିୟମ ୨୦୨୫ ସଂଶୋଧନ। ପୋଲିସ, ଜେଲ, ଅବକାରୀ, ଜଙ୍ଗଲ ବିଭାଗର ସମସ୍ତ ଗ୍ରୁପ-ସି ପଦବୀ ପାଇଁ ଗୋଟିଏ ପରୀକ୍ଷା – Combined Recruitment Examination (CRE)। ସ୍ୱାସ୍ଥ୍ୟ, ଗୃହ, ସାଧାରଣ ପ୍ରଶାସନ, କୃଷି, ସମବାୟ ସମେତ ୧୨ରୁ ଅଧିକ ବିଭାଗର ପ୍ରସ୍ତାବ ଉପରେ ମୋହର ଲାଗିଛି। ବିକଶିତ ଓଡିଶା ୨୦୩୬ ଲକ୍ଷ୍ୟରେ ଏହା ବଡ ପଦକ୍ଷେପ ବୋଲି ସରକାର କହିଛନ୍ତି।

‘ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬’କୁ ମଞ୍ଜୁରୀ

ଓଡ଼ିଶା ସରକାର ନିୟାମକ ସୁଧାର ପ୍ରକ୍ରିୟାକୁ ଆଗକୁ ନେଇ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬’କୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ୨୦୨୫ର ଜନ ବିଶ୍ୱାସ ଆଇନ ଆଧାରରେ ପ୍ରସ୍ତୁତ ଦ୍ୱିତୀୟ ପର୍ଯ୍ୟାୟ ସୁଧାର ବ୍ୟବସ୍ଥା ଅଟେ। ଏହି ନୂତନ ବିଲ୍‌ରେ ୧୧ଟି ସରକାରୀ ବିଭାଗର ୧୬ଟି ରାଜ୍ୟ ଆଇନ ଅଧୀନରେ ଥିବା ମୋଟ ୬୨ଟି ପ୍ରାବଧାନରେ ସଂଶୋଧନ ପ୍ରସ୍ତାବ ରହିଛି। ଏହାକୁ ଦୁଇଟି ଶେଡ୍ୟୁଲ୍‌ରେ ବିଭକ୍ତ କରାଯାଇଛି:

* ଶେଡ୍ୟୁଲ୍ ୧ (ଅପରାଧମୁକ୍ତ ଓ ସରଳୀକରଣ): ୧୧ଟି ରାଜ୍ୟ ଆଇନର ୩୫ଟି ପ୍ରାବଧାନରେ ସଂଶୋଧନ କରାଯାଇ ଛୋଟମୋଟ ଏବଂ ବୈଷୟିକ ଅପରାଧ ପାଇଁ ଜେଲ୍ ଦଣ୍ଡ ବ୍ୟବସ୍ଥାକୁ ହଟାଯାଇଛି କିମ୍ବା କୋମଳ କରାଯାଇଛି। ଆପରାଧିକ ଜରିମାନା ବଦଳରେ ଅନୁପାତିକ ଆର୍ଥିକ ଜରିମାନା ଲାଗୁ ସହ ଆପିଲ୍ ପ୍ରକ୍ରିୟାକୁ ସୁଦୃଢ଼ କରାଯାଇଛି।
* ଶେଡ୍ୟୁଲ୍ ୨ (ଲାଇସେନ୍ସ ଓ ନିୟମାବଳୀର ସରଳୀକରଣ): ୫ଟି ରାଜ୍ୟ ଆଇନର ୨୭ଟି ପ୍ରାବଧାନ ସଂଶୋଧନ କରି ୯ଟି ଅନୁମୋଦନ ବ୍ୟବସ୍ଥାକୁ ସହଜ କରାଯାଇଛି। ଏହାଦ୍ୱାରା ଦୋହରା ଅନୁମୋଦନ ପ୍ରକ୍ରିୟା ଉଚ୍ଛେଦ ହେବା ସହ ଲାଇସେନ୍ସ ଓ ପଞ୍ଜୀକରଣର ବୈଧତା ଜାରି ରହିବ ଏବଂ କେତେକ କ୍ଷେତ୍ରରେ କେବଳ ସୂଚନାପ୍ରଦାନ ଆଧାରରେ କାର୍ଯ୍ୟ ହୋଇପାରିବ।

‘BOITA’ ଯୋଜନାକୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ବୈଠକରେ ଜଳ ସମ୍ପଦ ବିଭାଗ ଅଧୀନରେ BOITA: Building Odisha’s Irrigation (Project) Tourism Amenities ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ଜଳ ଐତିହ୍ୟର ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ପାଇଁ ମୋଟ ୬୫୦ କୋଟି ଟଙ୍କା ର ବଜେଟ୍ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ମୋଟ ୫ ବର୍ଷ ଅବଧି ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅଧୀନରେ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ (କଟକ), ବାଲିମେଳା ଜଳଭଣ୍ଡାର, ଜାନିବିଲି ଆନିକଟ, ଓ ସୋରିଷମୂଳି ପୁରୁଣା ଆନିକଟ ପରି ପ୍ରମୁଖ ସ୍ଥାନଗୁଡ଼ିକର ବିକାଶ କରାଯିବ।

ଏହି ଯୋଜନା ଅନ୍ତର୍ଗତ ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଐତିହାସିକ ଜଳ ପ୍ରଣାଳୀର ପୁନରୁଦ୍ଧାର, ସେଚ ବିଭାଗର ପୁରୁଣା ଐତିହାସିକ କୋଠାଗୁଡ଼ିକର ପୁନଃବ୍ୟବହାର, ଏବଂ ପାରମ୍ପରିକ ଜଳ ପରିଚାଳନା ପଦ୍ଧତିର ପ୍ରଦର୍ଶନ ଅନ୍ତର୍ଭୁକ୍ତ। ଏହାଦ୍ୱାରା ଓଡ଼ିଶାର ଜଳ ଐତିହ୍ୟ ସୁରକ୍ଷିତ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ, ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି ହେବ, ଏବଂ ଶିକ୍ଷାଗତ ଓ ପରିବେଶଗତ ସଚେତନତା ବୃଦ୍ଧି ପାଇବ।

ଗଭୀର ନଳକୂପ ଜରିଆରେ ଜଳସେଚନ କ୍ଷମତା ବୃଦ୍ଧିକୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ବୈଠକରେ ଜଳ ସମ୍ପଦ ବିଭାଗର Creation of Irrigation Potential through Deep Borewell (Solar & Non-Solar Pumping Systems) ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ *୮,୬୫୩ କୋଟି ଟଙ୍କା ର ବଜେଟ୍ ଅଟକଳ ସହ ୧.୫୦ ଲକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା **୭.୫୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। *୨୦୨୬-୨୭ ରୁ ୨୦୩୦-୩ -୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧.୫୦ ଲକ୍ଷ ଚାଷୀ (Beneficiaries) ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ପ୍ରତ୍ୟେକ ପ୍ରକଳ୍ପ ପାଇଁ ୫ ହେକ୍ଟର ଆୟକଟ୍ (Ayacut) ନିର୍ଦ୍ଧାରଣ କରାଯାଇଛି ଏବଂ ଆଧାର ଭେରିଫିକେସନ୍ ସହ ଅନଲାଇନ୍ ଆବେଦନ ବ୍ୟବସ୍ଥା ରହିଛି।

ଏହି ଯୋଜନାକୁ ଦୁଇଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି:

* ନନ୍-ସୋଲାର୍ ଗଭୀର ନଳକୂପ (Non-Solar Deep Borewell):* କ୍ଲଷ୍ଟର ଆପ୍ରୋଚ୍‌ରେ ଅତିକମ୍‌ରେ ୪ ଜଣ ହିତାଧିକାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ, ଯେଉଁଥିରେ ସ୍ୱତନ୍ତ୍ର ଇଲେକ୍ଟ୍ରିକାଲ୍ ସବ୍-ଷ୍ଟେସନ୍ ସୁବିଧା ଯୋଗାଇ ଦିଆଯିବ।
* ସୋଲାର୍ ଗଭୀର ନଳକୂପ (Solar Deep Borewell): ସୁଦୂର ବା ଦୁର୍ଗମ ଅଞ୍ଚଳରେ ଥିବା ବ୍ୟକ୍ତିଗତ ହିତାଧିକାରୀ କିମ୍ବା ଯେଉଁଠାରେ ବିଦ୍ୟୁତ୍ ଗ୍ରିଡ୍ ଉପଲବ୍ଧ ନାହିଁ, ସେଠାରେ ସୋଲାର୍ ପମ୍ପିଂ ସିଷ୍ଟମ୍ ଲଗାଯିବ।

ସଂଶୋଧିତ ‘ବସୁଧା’ (BASUDHA) ଯୋଜନାକୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଂଶୋଧିତ Buxi Jagabandhu Assured Water Supply to Habitations” (BASUDHA) ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ପାଇଁ ଏହି ଯୋଜନା ନିମନ୍ତେ *୫,୦୪୫ କୋଟି ଟଙ୍କା*ର ଆକଳିତ ବଜେଟ୍ ଅନୁମୋଦିତ ହୋଇଛି, ଯାହା ୨୦୨୬-୨୭ ରୁ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହି ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:

* ଜଳ ଯୋଗାଣର ସମ୍ପ୍ରସାରଣ ଓ ଆଧୁନିକୀକରଣ: ବାକି ରହିଯାଇଥିବା ଗ୍ରାମାଞ୍ଚଳ ଓ ପରିବାରଗୁଡ଼ିକୁ ନୂତନ ପାଇପ୍-ଜଳ ପ୍ରକଳ୍ପ ମାଧ୍ୟମରେ ସଂଯୋଗ କରାଯିବ। ଏହାସହ ବିଦ୍ୟମାନ ଜଳ ଯୋଗାଣ ପ୍ରଣାଳୀର ବୃଦ୍ଧି, ସଂସ୍କାର, ଆଧୁନିକୀକରଣ ଏବଂ ଜଳଉତ୍ସଗୁଡ଼ିକର ସୁଦୃଢ଼ୀକରଣ କରାଯିବ।
* ଜଳ ଗୁଣବତ୍ତା ଓ ସଂରକ୍ଷଣ: ଲ୍ୟାବୋରେଟରୀ, ଫିଲ୍ଡ ଟେଷ୍ଟିଂ କିଟ୍ (FTK), ମୋବାଇଲ୍ ଲ୍ୟାବ୍ ଏବଂ IoT-ଆଧାରିତ ମନିଟରିଂ ମାଧ୍ୟମରେ ଜଳ ଗୁଣବତ୍ତା ପରୀକ୍ଷାକୁ ଆହୁରି କଡ଼ାକଡ଼ି କରାଯିବ। ଏହାସହ ଜଳ ସଂରକ୍ଷଣ, ଜଳଉତ୍ସର ସ୍ଥାୟିତ୍ୱ ଏବଂ ଜଳବାୟୁ-ସହନଶୀଳ ଶକ୍ତି-କୁଶଳ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରାଯିବ।
* ସମନ୍ୱୟ ଓ ପ୍ରଯୁକ୍ତିବିଦ୍ୟା:ବସୁଧା, ଜଳ ଜୀବନ ମିଶନ (JJM) ଏବଂ ଅନ୍ୟାନ୍ୟ ଯୋଜନା ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ। ବାହାରେ ଥିବା ଆବଶ୍ୟକତା ପାଇଁ ରାଜ୍ୟ ପାଣ୍ଠି ଯୋଗାଇ ଦିଆଯିବ। ଏହାସହ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ଅଭିଯୋଗ ନିବାରଣ, ଥାର୍ଡ-ପାର୍ଟି ଗୁଣବତ୍ତା ଯାଞ୍ଚ ଏବଂ ଜନସାଧାରଣଙ୍କ ଭାଗୀଦାରୀକୁ ସୁଦୃଢ଼ କରାଯିବ।

‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’କୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ “ପଞ୍ଚସଖା ଶିକ୍ଷା ସେତୁ ସଂଗଠନ” (Panchasakha Shikhya Setu Sangathan) ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪-୨୫ ରୁ ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ମୋଟ *୩୧୨.୯୬ କୋଟି ଟଙ୍କା* (ରାଜସ୍ୱ ଭାଗ: ୧୬.୯୩ କୋଟି ଟଙ୍କା ଏବଂ ପୁଞ୍ଜିଗତ ଭାଗ: ୨୯୬.୦୩ କୋଟି ଟଙ୍କା) ବରାଦ କରାଯାଇଛି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ହେଲା— ପୁରାତନ ଛାତ୍ର (Alumni) ଓ ଅଂଶୀଦାରମାନଙ୍କ ସହଯୋଗରେ ସ୍କୁଲଗୁଡ଼ିକର ପୁନଃନିର୍ମାଣ, ସମଗ୍ର ବିକାଶ ପାଇଁ ଭବିଷ୍ୟତ-ଉପଯୋଗୀ ଶିକ୍ଷାର ପ୍ରସାର, ଏବଂ ଜନସାଧାରଣଙ୍କ ଭାଗୀଦାରୀ ମାଧ୍ୟମରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି।

ଏହି ଯୋଜନାର ବିଶେଷ ସହାୟତା ପାଣ୍ଠି (Matching Grant) ବ୍ୟବସ୍ଥା ଅନୁସାରେ, କୌଣସି ଦାତା ଦାନ କରୁଥିବା ଅର୍ଥ (₹X) ପାଇଁ ରାଜ୍ୟ ସରକାର ତାର ଦୁଇଗୁଣ (₹2X) ଅନୁଦାନ ପ୍ରଦାନ କରିବେ (ସର୍ବାଧିକ ₹୫୦.୦୦ ଲକ୍ଷ ପର୍ଯ୍ୟନ୍ତ), ଯାହାଦ୍ୱାରା ବିଦ୍ୟାଳୟ ବିକାଶ ପାଇଁ ମୋଟ ₹3X ଅର୍ଥ ଉପଲବ୍ଧ ହେବ। ଏହି ନିୟମ ସିଭିଲ୍‌ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କ୍ଷେତ୍ରରେ ଲାଗୁ ହେବ। ଏହି ପାଣ୍ଠି ଜରିଆରେ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ, ପାଠାଗାର, ଭାଷା ପ୍ରୟୋଗଶାଳା, ଆସବାବପତ୍ର, ପାନୀୟ ଜଳ ବ୍ୟବସ୍ଥା, ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଶିକ୍ଷଣୀୟ ଭ୍ରମଣ ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ।

‘ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ, ୨୦୨୬’କୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଅଧୀନରେ “Shree Jagannath Temple Land Management Rules, 2026” କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ୧୯୫୫ ମସିହାର SJT ଆକ୍ଟର ସେକ୍ସନ୍ ୩୨ ଅଧୀନରେ ପ୍ରସ୍ତୁତ ଏହି ନୂତନ ନିୟମାବଳୀ, ୨୦୦୩ ଓ ୨୦୧୯ର ପୁରୁଣା ୟୁନିଫର୍ମ ପଲିସିକୁ ବାତିଲ୍ କରିବ। ସମସ୍ତ ଜମି ବନ୍ଦୋବସ୍ତ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (SJTMC) ର ଅନାପତ୍ତି ପ୍ରମାଣପତ୍ର (NOC) ବାଧ୍ୟତାମୂଳକ କରାଯାଇଛି। ଏହି ନୂତନ ନିୟମାବଳୀ ଗଜେଟ୍ ପ୍ରକାଶନ ତାରିଖରୁ ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ନିୟମାବଳୀର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:

* ଡିଜିଟାଲ୍ ପୋର୍ଟାଲ୍ ଓ GIS ସୁରକ୍ଷା: ଆବେଦନ ଗ୍ରହଣ, ଯାଞ୍ଚ ଓ ନିଷ୍ପତ୍ତି ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ୍ ବ୍ୟବସ୍ଥା କରାଯିବ, ଯାହା ଭୂଲେଖ ଓ ଭୂନକ୍ସା ପୋର୍ଟାଲ୍ ସହ ଯୋଡ଼ିହେବ। ପବ୍ଲିକ୍ ଡାସବୋର୍ଡରେ GIS-ଆଧାରିତ ଡିଜିଟାଲ୍ ତାଲିକା, ଜବରଦଖଲ ଚିହ୍ନଟ, ମାମଲା ପରିଚାଳନା ଓ ସମ୍ପତ୍ତି ସୁରକ୍ଷା ବ୍ୟବସ୍ଥା ରହିବ।
* ବହୁସ୍ତରୀୟ ଯାଞ୍ଚ (Multi-Tier Scrutiny): ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜମି ସବ୍-କମିଟି (DLSC) ଦ୍ୱାରା ଜମିର ସରଜମିନ୍ ଯାଞ୍ଚ କରାଯିବ ଏବଂ ଜିଲ୍ଲା ସ୍ତରରେ ଗଠିତ SJMBSC କମିଟି ଦ୍ୱାରା ଆବେଦନଗୁଡ଼ିକର କଡ଼ାଯାଞ୍ଚ ହେବ।
* ମୂଲ୍ୟ ନିର୍ଦ୍ଧାରଣ ଓ ଆଇନଗତ ସୁରକ୍ଷା (Valuation & Appeal): ସେବାୟତ, ମଠ ଓ ଅଣ-ସେବାୟତମାନଙ୍କ ପାଇଁ BMV କିମ୍ବା ALSS ମଧ୍ୟରୁ ଯାହା ଅଧିକ ଥିବ ସେହି ଆଧାରରେ ଜମି ମୂଲ୍ୟ ନିର୍ଦ୍ଧାରଣ ହେବ। ବାଣିଜ୍ୟିକ ଜମି (୧୦/୨୫୦ ଡେସିମିଲ୍‌) ପାଇଁ ୪ ଗୁଣ BMV/ALSS ଧାର୍ଯ୍ୟ କରାଯାଇଛି। କାଲଜାଲ୍ ବା ଜାଲ୍ ବନ୍ଦୋବସ୍ତ କ୍ଷେତ୍ରରେ ତୁରନ୍ତ ବାତିଲ୍ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆପିଲ୍ କମିଟି ଗଠନ କରାଯିବ।

‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’କୁ ମଞ୍ଜୁରୀ

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ (OPTCL, Energy Department) ଅଧୀନରେ Mukhya Mantri Shakti Bikash Yojana କୁ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରାଯାଇଛି। ବୃଦ୍ଧି ପାଉଥିବା ଐଶ୍ୱର୍ଯ୍ୟଶାଳୀ ଶିଳ୍ପ ଆବଶ୍ୟକତା ପୂରଣ, ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ୍ ସଂଗ୍ରହ (Power Evacuation) ଏବଂ ନବୀକରଣ ଯୋଗ୍ୟ ଶକ୍ତିର (RE) ସଂଯୋଜନା ପାଇଁ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିର ନିର୍ମାଣ ଓ ଆଧୁନିକୀକରଣ କରାଯିବ। ଏହି ଯୋଜନା ପାଇଁ ମୋଟ ୧୫,୯୪୮ କୋଟି ଟଙ୍କାର ଆକଳିତ ବଜେଟ୍ ସ୍ଥିର ହୋଇଛି, ଯେଉଁଥିରେ ରାଜ୍ୟ ସରକାରଙ୍କ ଇକ୍ୱିଟି (୩୦%) ୪,୭୮୫ କୋଟି ଟଙ୍କା ଏବଂ OPTCL ଋଣ (୭୦%) ୧୧,୧୬୪ କୋଟି ଟଙ୍କା ରହିଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରୁ EPC ମୋଡ୍‌ରେ ୩-୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।

ଏହି ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:

* ଗ୍ରିଡ୍ ସବ୍-ଷ୍ଟେସନ୍ ସମ୍ପ୍ରସାରଣ: ଖୁଣ୍ଟୁଣୀ (ବେଟାଖୋଲି), ଦୁବୁରୀ (ଯାଜପୁର) ଓ କୋଲାବିରା (ଝାରସୁଗୁଡ଼ା)ଠାରେ ୭୬୫ kV ମେଗା ଗ୍ରିଡ୍ ସବ୍-ଷ୍ଟେସନ୍ ନିର୍ମାଣ ହେବ। ଟିଟିଲାଗଡ଼ (ବଲାଙ୍ଗୀର) ଓ କାଂଶବାହାଲ (ସୁନ୍ଦରଗଡ଼)ଠାରେ ୪୦୦ kV ଟ୍ରାନ୍ସମିସନ୍ ନୋଡ୍ ଏବଂ କୋଇଡ଼ା, ଇନ୍ଦ୍ରାବତୀ, ଚୌଦ୍ୱାର ଶିଳ୍ପାଞ୍ଚଳ, ପାଣିକୋଇଲି ଓ ଖଣ୍ଡପଡ଼ାଠାରେ ୨୨୦ kV ସବ୍-ଷ୍ଟେସନ୍ ସ୍ଥାପନ କରାଯିବ।
* ସ୍ମାର୍ଟ ଗ୍ରିଡ୍ ପ୍ରଯୁକ୍ତି ଓ ଅଟୋମେସନ୍: AI-ଆଧାରିତ ଲାଇନ୍ ନିରୀକ୍ଷଣ ଓ ତ୍ରୁଟି ନିବାରଣ, ସମଗ୍ର ରାଜ୍ୟରେ ଗ୍ରିଡ୍ ଡିଜିଟାଇଜେସନ୍ ପାଇଁ STAMS-II ର କାର୍ଯ୍ୟକାରିତା, ଏବଂ ପ୍ରତିକୂଳ ପାଣିପାଗରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ସ୍ୱୟଂଚାଳିତ ବ୍ୟବସ୍ଥା ଗ୍ରହଣ କରାଯିବ। ଆସନ୍ତା ୨୨ ସେପ୍ଟେମ୍ବର ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ରେ ୟୁନିଫର୍ମ ସର୍ଭିସ ପାଇଁ କମିଶନ ପ୍ରସ୍ତୁତ କରାଯାଇଛି । ଏବେ ଲେବୁଳ ୯ ଗ୍ରୁପ୍ ବି ଆଉ ଗ୍ରୁପ୍ ସି ପାଇଁ ୟୁନିଫର୍ମ ନିଯୁକ୍ତି କରିପାରିବେ ।

MS&ME ବିଭାଗ ନୂଆ ନିୟମ ୨୦୨୬

– ଓଡିଶା ସରକାରଙ୍କ ନୂଆ ନିଷ୍ପତ୍ତି – ୩୧ଟି ଜିଲ୍ଲା ଶିଳ୍ପ କେନ୍ଦ୍ର (DICs) ର ମିନିଷ୍ଟେରିଆଲ କ୍ୟାଡର ପୁନର୍ଗଠନ।
– କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ASO, SO ଙ୍କ ପାଇଁ ନୂଆ ନିଯୁକ୍ତି ଓ ପଦୋନ୍ନତି ନିୟମ – Odisha Ministerial Services Rules, 2026
– କୃଷି ବିଭାଗ ବଡ ନିଷ୍ପତ୍ତି, ଓଡିଶା କୃଷି ସେବା କ୍ୟାଡର ପୁନର୍ଗଠନକୁ ସରକାରଙ୍କ ମଞ୍ଜୁରୀ

 

୯. ଉଦ୍ୟାନ କୃଷି କ୍ୟାଡର ପୁନର୍ଗଠନ

– ଓଡିଶା ହର୍ଟିକଲଚର ସର୍ଭିସ କ୍ୟାଡର ପୁନର୍ଗଠନକୁ ରାଜ୍ୟ ସରକାରଙ୍କ ଅନୁମୋଦନ
– ମୋଟ ପଦବୀ ୪୦୩ ରୁ ୪୭୦ କୁ ବୃଦ୍ଧି – Additional Director 1 ରୁ 2, Joint Director 2 ରୁ 7, CDHO/DDH 23 ରୁ 34, ADH 63 ରୁ 108, AHO 314 ରୁ 319
– ଚାଷୀଙ୍କୁ ଉଦ୍ୟାନ କୃଷି ସେବା ଶୀଘ୍ର ପହଞ୍ଚିବ, ଅଫିସରଙ୍କ ପଦୋନ୍ନତି ସୁଯୋଗ ବଢିବ।

ରାୟଗଡା-କେରେଡା ରାସ୍ତା 4-ଲେନ୍

– ପୂର୍ତ ବିଭାଗ ନିଷ୍ପତ୍ତି – ରାୟଗଡା-କେରେଡା ରୋଡ୍ (MDR-48B) 0/0 ରୁ 25/100 କିମି (25.166 କିମି) 2-ଲେନ୍ ରୁ 4-ଲେନ୍ ହେବ
– ଯାତ୍ରା ସମୟ 50% କମିବ – 1 ଘଣ୍ଟା ରୁ 30 ମିନିଟ୍ କୁ
– ଓଡିଶା-ଆନ୍ଧ୍ର ସଂଯୋଗ ମଜବୁତ, JK Paper, IMFA, Vedanta, Utkal Alumina ପାଇଁ ଲଜିଷ୍ଟିକ୍ସ ସୁବିଧା, ମା’ ମଝିଘରିଆଣୀ ମନ୍ଦିର ଓ ଆଦିବାସୀ ଅଞ୍ଚଳର ବିକାଶ ହେବ।

ଓଡିଶାର ବିଦ୍ୟୁତ ବ୍ୟବସ୍ଥାରେ ନୂଆ ଯୁଗ

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ – ମଜବୁତ ଓ ସ୍ଥାୟୀ ବିଦ୍ୟୁତ ପାଇଁ ୧,୫୯୪.୭୦ କୋଟି ଟଙ୍କାର ଟ୍ରାନ୍ସମିସନ ପ୍ରକଳ୍ପକୁ ଅନୁମୋଦନ, ନିର୍ଭରଯୋଗ୍ୟ ଓ ଭବିଷ୍ୟତ ଉପଯୋଗୀ ଗ୍ରୀଡ୍ ଲକ୍ଷ୍ୟ। ପ୍ରଥମ ୭୬୫ କେଭି ନେଟୱାର୍କ – ରାଜ୍ୟର ପ୍ରଥମ ୭୬୫ କେଭି ସବଷ୍ଟେସନ ପାଇଁ ୨ଟି ଟ୍ରାନ୍ସମିସନ ଲାଇନ, ବଡ ଅର୍ଥନୀତି ଓ ଚାହିଦା ପୂରଣ ପାଇଁ ୪୦ କେଭିରୁ ୭୬୫ କେଭି କ୍ଷମତା ବୃଦ୍ଧି। ୪୦୦ କେଭି ଓ ୨୨୦ କେଭିରେ ବଡ ସମ୍ପ୍ରସାରଣ – ବର୍ତ୍ତମାନ ୫ଟି ୪୦୦ କେଭି ସବଷ୍ଟେସନ, ଆହୁରି ୨ଟି ୪୦୦ କେଭି ଓ ଆହୁରି ନୂଆ ୨୨୦ କେଭି ଗ୍ରୀଡ୍ ସବଷ୍ଟେସନ ନିର୍ମାଣ, ୨୦୨୪ ସୁଦ୍ଧା ୪୧ଟି ୨୨୦ କେଭି ସବଷ୍ଟେସନ ଲକ୍ଷ୍ୟ। ସୌର ଶକ୍ତି ମିଶ୍ରଣ, AI ଆଧାରିତ ରକ୍ଷଣାବେକ୍ଷଣ, ସବଷ୍ଟେସନ ଅଟୋମେସନ, STAMS ଜରିଆରେ ସମସ୍ତ ଟ୍ରାନ୍ସମିସନ ନେଟୱାର୍କର ରିୟଲ ଟାଇମ୍ ନିରୀକ୍ଷଣ ଟ୍ରାନ୍ସଫର୍ମେସନ କ୍ଷମତା ୧୭,୮୮୪ MVAରୁ ୨୭,୩୭ MVAକୁ ବୃଦ୍ଧି – “ବିକଶିତ ଓଡିଶା-୨୦୩୬” ଲକ୍ଷ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ।

OUSSSC ନିୟମ ୨୦୨୫ ସଂଶୋଧନ ମଞ୍ଜୁର

ରାଜ୍ୟ କ୍ୟାବିନେଟ ମଞ୍ଜୁର – ଓଡିଶା ୟୁନିଫର୍ମଡ ସର୍ଭିସେସ ଷ୍ଟାଫ ସିଲେକ୍ସନ କମିଶନ ନିୟମାବଳୀ ୨୦୨୫ ସଂଶୋଧନ। GA & PG ବିଭାଗ ଅଧୀନରେ OUSSSC ଗଠିତ – ଗୃହ, ଅବକାରୀ, ଜଙ୍ଗଲ, ଜେଲ, ପରିବହନ, ବନ୍ୟପ୍ରାଣୀ ବିଭାଗର ୟୁନିଫର୍ମ ପଦବୀ ପାଇଁ ନିଯୁକ୍ତି  Schedule-I ସଂଶୋଧନ – Odisha Revised Scales of Pay Rules 2017 ଅନୁଯାୟୀ Pay Matrix Level-9 ରୁ ଆରମ୍ଭ ଓ ସମସ୍ତ ଗ୍ରୁପ-ସି ପଦବୀର ନିଯୁକ୍ତି ନିୟମ ପରିବର୍ତ୍ତନ। ସମସ୍ତ ପଦବୀ ପାଇଁ ସମନ୍ୱିତ ଭର୍ତ୍ତି ପରୀକ୍ଷା – Combined Recruitment Examination (CRE) ଜରିଆରେ ପୋଲିସ, ପ୍ରହରୀ, ଅବକାରୀ, ଜେଲ ୱାର୍ଡର, ବନ ମାର୍ଗ ଭର୍ତ୍ତି। ୨୦୨୨ ନିୟମାବଳୀ ବାତିଲ କରି ନୂଆ ୨୦୨୫ ନିୟମ ପ୍ରଣୟନକୁ ମଞ୍ଜୁରୀ।