ନୂଆଦିଲ୍ଲୀ, ୨୦/୦୯ : ଶେଫାଳୀ ବର୍ମାଙ୍କ ବିସ୍ଫୋରଣରେ ଧରାଶାୟୀ ବାଂଲାଦେଶ । ବାଂଲାଦେଶକୁ ୧୧୪ ରନରେ ହରାଇ ଏସିଆନ୍ ଗେମ୍ସ ଟି-ଟ୍ବେଣ୍ଟି ଫାଇନାଲରେ ପହଞ୍ଚିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଶେଫାଳି ବର୍ମାଙ୍କ ଧୂଆଁଧାର ଶତକ ବଳରେ ଭାରତ ୪ ୱିକେଟ ହରାଇ ୨୦ ଓଭରରେ୧୯୫ ରନ କରିଥିଲା । ସେଫାଳି ବର୍ମା ଅପରାଜିତ ୧୦୦ ରନ୍ କରିଥିଲେ । କ୍ୟାପଟେନ୍ ହରମନପ୍ରିତ କୌର ୪୦ ରନ୍ ଏବଂ ସ୍ମୃତି ମନ୍ଧାନା ୩୭ ରନ୍ ର ପାଳି ଖେଳିଥିଲେ । ୧୯୫ ରନ୍ ର ପିଛା କରି ବାଂଲାଦେଶ ମାତ୍ର ୮୧ ରନ୍ ରେ ଅଲ ଆଉଟ୍ ହୋଇ ଯାଇଥିଲା । ୧୫ ଓଭର ୪ ବଲ୍ ରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ। ଦିଲାରା ଅକତର ସର୍ବାଧିକ ୨୭ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ଭାରତୀୟ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରି ନଥିଲେ। ୮ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ ନନ୍ଦାନୀ ଶର୍ମା ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିଲେ ।