ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ

ବର୍ମିହାମ୍‌ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆର ୬ ୱିକେଟ୍‌ରେ ବିଜୟ ହୋଇଛି। ବର୍ମିଂହାମ୍‌ର ଏଜବାଷ୍ଟନ୍‌ରେ ଭାରତ ୨୫୯ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ୪୫.୨ ଓଭରରେ ୪ଟି ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଛି।

ଭାରତ ପାଇଁ ଅଧିନାୟକ ଶୁଭମନ ଗିଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୭୫ଟି ବଲ୍ ଖେଳି ୧୧ଟି ଚୌକା ଏବଂ ଗୋଟିଏ ଛକା ବଳରେ ୮୦ ରନ୍‌ ସଂଗ୍ରହ କରିଥିଲେ। ଅକ୍ଷର ପଟେଲ ଅପରାଜିତ ଅର୍ଦ୍ଧଶତକ (୫୭ ରନ୍) ହାସଲ କରିଥିବା ବେଳେ ୱାସିଂଟନ ସୁନ୍ଦର ଅପରାଜିତ ଅର୍ଦ୍ଧଶତକ (୫୨ ରନ୍‌) ଏବଂ ଶ୍ରେୟସ ଆୟର ୩୫ ରନ୍‌ ସଂଗ୍ରହ କରିଥିଲେ।

ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୨୫୮ ରନ୍‌ ସଂଗ୍ରହ କରିଥିଲା। ଘରୋଇ ଦଳ ୪୭.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ଥିଲା। ଭାରତ ପାଇଁ ଅକ୍ଷର ପଟେଲ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ପ୍ରସିଦ୍ଧ କୃଷ୍ଣ ଏବଂ ଗୁରନୁର ବ୍ରାର୍‌ଙ୍କୁ ୨-୨ ୱିକେଟ୍‌ ମିଳିଥିଲା ବେଳେ ଜସପ୍ରୀତ ବୁମରା ଏବଂ ଶିବଭ ଦୁବେ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ଦଳ ୧୨.୨ ଓଭରରେ ପ୍ରଥମ ୱିକେଟ ହାସଲ କରିଥିଲା। କିନ୍ତୁ ୨୦ ରନ୍‌ ଭିତରେ ଟିମ୍‌ ଆଗଧାଡ଼ିର ୫ଜଣ ଖେଳାଳିଙ୍କୁ ହରାଇଥିଲା। ଦଳୀୟ ସ୍କୋର ୬୩ ରନ୍‌ରେ ବେନ୍‌ ଡକେଟ୍‌, ୬୪ ରନ୍‌ରେ ହେରି ବ୍ରୁକ୍‌, ଜୋସ ବଟଲର ଏବଂ ସାମ୍‌ କୁରାନ ଆଉଟ୍‌ ହୋଇଥିଲେ। ୧୦୭ ରନ୍‌ରେ ୱିଲ୍‌ ଜ୍ୟାକ୍‌, ୨୨୮ ରନ୍‌ରେ ଲିଆମ ଆର୍ଚ୍ଚର, ୨୫୮ ରନ୍‌ରେ ଆଦିଲ ରସିଦ ଏବଂ ଜୋସ୍‌ ଟଙ୍ଗ୍‌ ଆଉଟ୍‌ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ଏହି ମୁକାବିଲାରେ ସର୍ବାଧିକ ରନ୍‌ ଜୁଏ ରୁଟ ଅପରଜିତ ୭୬ ରନ୍‌ ସଂଗ୍ରହ କରିଥିଲେ। ସେ ୭୬ଟି ବଲ୍‌ ଖେଳି ୭୬ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ। ଲିଆମ୍‌ ୮୩ଟି ବଲ୍‌ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ। ବେନ୍‌ ଡକେଟ୍‌ ୪୫ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନ୍‌ ସଂଗ୍ରହ କରିଥିଲେ।