ଆଜି ଦେଶରେ ୬,୦୫୦ କରୋନା ସଂକ୍ରମିତ ଚିହ୍ନଟ : ୧୩ ସଂକ୍ରମିତଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ, ୭/୪: ଦେଶରେ କରୋନା ମହମାରୀ ପୁଣି କାୟା ବିସ୍ତାର କରୁଛି। ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୬,୦୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଗତ ୨୪ ଘଣ୍ଟାରେ ୧୩ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮,୩୦୩ ହୋଇଛି। ସେପଟେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ।

ଗୁରୁବାର INSACOG ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଏକ୍ସବିବି.୧.୧୬ ବୃଦ୍ଧି ପାଉଥିବାର ଦେଖାଯାଉଛି। ଏପର୍ଯ୍ୟନ୍ତ ଯେତେବି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିରେ ୩୮.୨ ପ୍ରତିଶତ ଏହି ଭାରିଆଣ୍ଟ ରହିଛନ୍ତି।

SBI AD
Leave A Reply

Your email address will not be published.