ଆଜି ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭି ଚିହ୍ନଟ, ୪ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ପୁଣି ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩,୮୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଦିଲ୍ଲୀ, ହରିଆଣା, କେରଳ ଓ ରାଜସ୍ଥାନର ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା କହିଛି।

୨୦୨୩ରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୧୮,୩୮୯ ହୋଇଛି। ଦେଶରେ H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣ ବଢୁଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂଖ୍ୟା ୦୦.୪ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୯୮.୭୭ ପ୍ରତିଶତ ରହିଛି।

ସଂକ୍ରମଣ ବୃଦ୍ଧିକୁ ଦେଖି ବିଭିନ୍ନ ରାଜ୍ୟରେ କରୋନା ଗାଇଡ୍‌ଲାଇନ କଡ଼ାକଡ଼ି କରାଯାଇଛି। କେରଳରେ ଡାକ୍ତରକାନାରେ ମାସ୍କ ବାଧ୍ୟତାମୁଳକ କରାଯାଇଥିବା ବେଳେ ୟୁପିରେ ସବୁ ପଜିଟିଭ୍‌ର ଜେନୋମ ସିକ୍ୟୁଏନ୍ସ ଟେଷ୍ଟ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଦିଲ୍ଲୀରେ ସ୍କୁଲ୍‌ ଅନ୍‌ଲାଇନ୍‌ କରିବାକୁ ଦାବି ହୋଇଛି। ନହେଲେ ସ୍କୁଲ୍‌ରେ ମାସ୍କ ବାଧ୍ୟତାମୁଳ କରିବା ପାଇଁ ଅବିଭାବକମାନେ ଦାବି କରିଛନ୍ତି।