ଭାରତ-ଶ୍ରୀଲଙ୍କା ସିରିଜ୍‌ର ଖେଳସୂଚୀ ଜାରି

ନୂଆଦିଲ୍ଲୀ, ୭/୬: ଜୁଲାଇରେ ଭାରତୀୟ ଟିମ୍‌ ଶ୍ରୀଲଙ୍କା ଗସ୍ତରେ ୩ ଦିନିକିଆ ଏବଂ ୩ ଟି-୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ। ଓ୍ବାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇାନାଲ ଏବଂ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳି ଏହି ସିରିଜ୍‌ରେ ଭାଗ ନେଇପାରିବେ ନାହିଁ। ଶ୍ରୀଲଙ୍କା ଗସ୍ତରେ ବିସିସିଆଇ ଭାରତର ବି-ଟିମ୍‌କୁ ପଠାଇବ।

ଦିନିକିଆ ସିରିଜ୍‌ରୁ ମ୍ୟାଚ୍‌ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୩ ଜୁଲାଇରେ ହେବ। ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରହିବେ। ଏଏନଆଇ ଖବର ମୁତାବିକ ଭାରତ ଏବଂ ଶ୍ରୀଲଙ୍କା ସିରିଜ୍‌ର ହୋଷ୍ଟ ବ୍ରଡକାଷ୍ଟର ସୋନି ସ୍ପୋର୍ଟସ୍‌ ନେଟଓ୍ବାର୍କ ଏହି ଗସ୍ତ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୧୩ ଜୁଲାଇରେ ଖେଳାଯିବ। ଦ୍ବିତୀୟ ୧୬ ଜୁଲାଇ ଏବଂ ତୃତୀୟ ମ୍ୟାଚ୍‌ ୧୮ ଜୁଲାଇରେ ଖେଳାଯିବାକୁ ଅଛି। ଏହା ପରେ ଭାରତୀୟ ଟିମ୍‌ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୨୧ ଜୁଲାଇରେ ଖେଳାଯିବ। ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ୨୩ ଜୁଲାଇ ଏବଂ ତୃତୀୟ ମ୍ୟାଚ୍‌ ୨୫ ଜୁଲାଇରେ ଖେଳାଯିବ। ସେପଟେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ୍‌ ନଜର ଆସିବେ। କାରଣ ରବି ଶାସ୍ତ୍ରୀ, ଭରତ ଅରୁଣ ଏବଂ ବିକ୍ରମ ରାଠୋର ଇଂଲଣ୍ଡ ଗସ୍ତରେ ଅଛନ୍ତି।