କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସବୁ ଅଫଲାଇନ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୩ /୫ : ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ମେ’ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ଏସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି ଆଇଆଇଟି, ଏନଆଇଟି, ଟ୍ରିପଲଆଇଟି ଓ ସମସ୍ତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ।

କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅମିତ ଖରେ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ପତ୍ର ଲେଖି ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସବୁ ପ୍ରକାରର ଅନଲାଇନ ପରୀକ୍ଷା ଚାଲୁ ରହିବ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରାଯ଼ିବ ।

Comments are closed.