ଭୁବନେଶ୍ୱର, ୧୪/୦୮ : ପୁରୀରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଟ୍ରେନ୍ । ପୁରୀ ଷ୍ଟେସନ୍ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍ ନିକଟରେ ଘଟିଥିଲା ଏହି ଘଟଣା । ହଠାତ୍ ଟ୍ରେନ୍ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି ।