ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ : ୬ ନାଗରିକ ମୃତ

କାବୁଲ ୨୭/ ୦୩: ଆଫଗାନିସ୍ତାନରେ କିଛିଦିନର ଶିଥିଳତା ପରେ ରାଜଧାନୀ କାବୁଲରେ ପୁଣି ଆତଙ୍କ ଖେଳିଯାଇଛି । ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଠାରୁ ମାତ୍ର କିଛି ଦୂରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଫଳରେ ୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ନେଇ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଥିବା ବେଳେ ଘଟଣା ପଛରେ କେଉଁ ସଂଗଠନର ହାତ ଅଛି ସେ ନେଇ ଜଣା ପଡିନି ।

ବ୍ୟାପାର ମନ୍ତ୍ରୀ ଅବଦୁଲ ନଫି ତାକୋର କହିଛନ୍ତି, ‘ଆଫଗାନିସ୍ତାନ ସେନା ଆତ୍ମଘାତୀ ବିସ୍ଫୋରଣ କରିବାକୁ ଥିବା ବ୍ୟକ୍ତିକୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଧରିବା ପୂର୍ବରୁ ହିଁ ସେ ଶରୀରରେ ନେଇଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ୬ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ରହିଛନ୍ତି ।

ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବିଦେଶ ମନ୍ତ୍ରାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଚେକ୍‌ ପୋଷ୍ଟ ନିକଟରେ ତାକୁ ଅଟକାଇବାକୁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସେ ରହିନଥିଲା । ବାଧ୍ୟ ହୋଇ ଗୁଳି ଚଳାଇଥିଲେ ତାଲିବାନ ସୁରକ୍ଷା ବଳ। ଏତିକି ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ସେଠାରା ଜନଗହଳି ଅଧିକ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଯାଇଛି ।