ଅଭିନୟରେ ମା’ଙ୍କ ଭଳି ଜାହ୍ନବୀ

ପୁଣିଥରେ ରୂପେଲି ପରଦାକୁ ଶ୍ରୀଦେବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ପ୍ରଶଂସକମାନେ ମତ ଦେଇଛନ୍ତି । ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହାକୁ ଦେଖି କପୁର ପରିବାର ଯେତିକି ଭାବବିହ୍ବଳ ହୋଇଛନ୍ତି ତା’ଠାରୁ ଅଧିକ ଖୁସି ହୋଇଛନ୍ତି ଶ୍ରୀଦେବୀଙ୍କ ପ୍ରଶଂସକ। ଜାହ୍ନବୀ ପୂରାପୂରି ମା’ଙ୍କ ଭଳି ଅଭିନୟ କରିଥିବା କହିଛନ୍ତି ଦର୍ଶକେ। । ସୂଚନାଯୋଗ୍ୟ, ଝିଅ ଜାହ୍ନବୀଙ୍କୁ ଏତେ ଶୀଘ୍ର ଅଭିନୟ ଦୁନିଆକୁ ଛାଡିବାକୁ ଚାହୁଁ ନ ଥିବା ଶ୍ରୀଦେବୀ ଜାହ୍ନବୀଙ୍କ ଅଭିନୀତ ଫିଲ୍ମ ଦେଖିବା ପୂର୍ବରୁ ଇହଲିଲା ସମ୍ବରଣ କରିଛନ୍ତି।