ସ୍ୱାସ୍ଥ୍ୟ ପାଇଁ ଲାଭ ଦାଇ ଅଙ୍ଗୁର ରସ !

ପ୍ରତିଦିନ ପ୍ରାତଃ ନିତ୍ୟକର୍ମ ସାରି ଅଙ୍ଗୁର ରସ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ଅଙ୍ଗୁର ରସ ମହୋଷଧୀ ଭଳି କାର୍ଯ୍ୟ କରେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ପାଇବା ପାଇଁ ବୋଲି କାନାଡ଼ାର ଆଲବେର୍ଟା ବିଶ୍ୱବିଦ୍ୟାଳୟର କେତେକ ଗବେଷକ ସେମାନଙ୍କର ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ସକାଳୁ ଅଙ୍ଗୁର ରସ ପିଇଲେ ଅନେକ ରୋଗ ଅପସରି ଯାଇଥାଏ ବୋଲି ଗବେଷକ କହିଛନ୍ତି।

ଏଥିସହିତ ଅଙ୍ଗୁରରେ ପୋଟାସିୟମ ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିଥାଏ। ଏଥିରେ ଆଲୁବୁମିନ୍‌ ଓ ସୋଡିୟମ କ୍ଲୋରାଇଡ଼୍‌ ବହୁତ କମ୍‌ ପରିମାଣରେ ରହିଥିବାରୁ କିଡ୍‌ନୀ ଷ୍ଟୋନ ଉପଚାର ପାଇଁ ଏହାକୁ ନିୟମିତ ପିଇଲେ ଖୁବ ଭଲ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସୁସ୍ଥ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭ ଦାଇ ଅଙ୍ଗୁର ରସ ।