ଆଜିଠାରୁ ବୃହସ୍ପତି ଚଳନ, କେଉଁ ରାଶି ପାଇଁ କେମିତି ରହିବ, ଆସନ୍ତୁ ଜାଣିବା…

0

ଦେବତା ମାନଙ୍କର ଗୁରୁ ହେଉଛନ୍ତି ବୃହସ୍ପତି। ସେଥିପାଇଁ ବୃହସ୍ପତିକୁ କୁହାଯାଏ ଦେବଗୁରୁ। ଯେତେ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ, ତାହା ଗୁରୁ ଶୁଦ୍ଧିରେ କଲେ ଯଥେଷ୍ଟ ମଙ୍ଗଳଦାୟକ ହୁଏ । ଗ୍ରହମାନଙ୍କର ଚଳନ ଯୋଗୁଁ ଯେଉଁ ସବୁ ପରିବର୍ତ୍ତନ ହୁଏ, ତାହାକୁ ଆମେ ଭାଗ୍ୟଫଳ ବା ରାଶିଫଳ ଭାବେ ଜାଣିଥାଉ । ସେହି ପ୍ରରିପେକ୍ଷୀକୁ ନେଇ ଯଦି ବୃହସ୍ପତିଙ୍କ ଚଳନ ବିଷୟରେ ଆଲୋଚନା କରିବା, ତେବେ ବୃହସ୍ପତ୍ତି ୨୨ ଅପ୍ରେଲ୍‌ ୨୦୨୩ ମସିହା ଶନିବାର ପ୍ରାତଃ ଘଣ୍ଟା ୬.୧୩ ମିନିଟ ସମୟରେ ମୀନ ରାଶିରୁ ଅଶ୍ୱିନୀ ମେଷ ରାଶିକୁ ଚଳନ କରିବେ । ଆମ ଓଡିଆ ପାଞ୍ଜିର ଶେଷ ପର୍ଯ୍ୟନ୍ତ ଅର୍ଥାତ ୧୪ ଅପ୍ରେଲ୍‌ ୨୦୨୪ ପଣା ସଂକ୍ରାନ୍ତି ଯାଏଁ ଏହି ଅଶ୍ୱିନୀ ମେଷ ରାଶିରେ ଅବସ୍ଥାନରେ କରିବେ । ବୃହସ୍ପତିଙ୍କ ଏପରି ଚଳନକୁ ନେଇ ବୃହସ୍ପତ୍ତିଙ୍କ ଗୋଚର ଫଳ ଗଣନା କରାଯାଇଥାଏ । ବୃହସ୍ପତ୍ତି ଏକ ରାଶିରେ ୧୩ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ଏବଂ ୨ ମାସରେ ଫଳପ୍ରଦାନ କରିଥାନ୍ତି । ୧୨ଟି ରାଶି ପାଇଁ କିପରି ରହିବ ବୃହସ୍ପତ୍ତିଙ୍କ ଚଳନ ଆସନ୍ତୁ ଜାଣିବା…

ମେଷ : ଆଜିଠାରୁ ମେଷ ରାଶିକୁ ଜନ୍ମ ବୃହସ୍ପତ୍ତି । ଆପଣ ବିଭିନ୍ନ ସମୟରେ ଭ୍ରମଣରେ ଯାଇପାରନ୍ତି । ଯାହା ଆପଣଙ୍କୁ ଆନନ୍ଦ ପ୍ରଦାନ କରିଲେ ମଧ୍ୟ ଚାହୁଁଥିବା ଖୁସିକୁ ବିଶେଷ ଭାବେ ଉପଭୋଗ କରିପାରିବେ ନାହିଁ । ଅଯଥା ସମୟ ନଷ୍ଟ କରିବେ । ବିବାହ ଏବଂ ଶୁଭ କାର୍ଯ୍ୟରେ ବିଳମ୍ବ ହେବ । ପେଟ ରୋଗ ଆଦି ସମସ୍ୟାର ଦେଖାଦେବ । ଚାହୁଁନଥିଲେ ମଧ୍ୟ ଆପଣ ଏହି ସମୟରେ ଅଧିକ ଖର୍ଚ୍ଚାନ୍ତରେ ପଡିବେ । ସଞ୍ଚୟ ଅଧିକ ହୋଇପାରିବନାହିଁ । ଟଙ୍କା ଯେମିତି ଆସିବ, ସେମିତି ଯିବ । ମାନସିକ ଚିନ୍ତା ଲାଗି ରହିବ । ଅକ୍ଟୋବର ମାସ ଠାରୁ କିଛି ମାତ୍ରାରେ ସୁଫଳ ପ୍ରାପ୍ତି କରିବେ । ତାମ୍ର କିମ୍ବା ପ୍ରବାଳର ରତ୍ନ ବ୍ୟବହାର କରିଲେ ସବୁ ପ୍ରକାର ଶାନ୍ତି ମିଳିବ । ମଙ୍ଗଳବାରରେ ପୂଜା କରି ଧାରଣ କଲେ, ଶୁଭଫଳ ପ୍ରାପ୍ତି ହେବ । ଓଁ ହ୍ରିଂ ଶ୍ରିଂ ଲକ୍ଷ୍ମୀ ନାରାୟଣାୟ ନମଃ ।

ବୃଷ : ବୃଷ ରାଶି ପାଇଁ ବୃହସ୍ପତ୍ତି ଦ୍ୱାଦଶ । ରାହୁ ଯୁକ୍ତ ହୋଇ ବୃହସ୍ପତ୍ତି ଗୁରୁଚଣ୍ଡାଳ ଦୋଷ ସୃଷ୍ଟି କରିଛନ୍ତି । ଏହି ଯୋଗ ସର୍ବପ୍ରକାର ଅଶୁଭ ଫଳ ପ୍ରଦାନ କରିଥାଏ । ମାନସିକ ଅଶାନ୍ତି , ପରିବାରରେ କଳହ ଲାଗିଲା ପରି ସମସ୍ୟା, ଦାମ୍ପତ୍ତ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ଲାଗିରହିବ । ବିବାହରେ ବିଳମ୍ବ ହେବା ସହ କର୍ମକ୍ଷେତ୍ରରେ ମଧ୍ୟ ସହଯୋଗୀଙ୍କ ମତାନ୍ତର ରହିବ। ଯାନବାହନରେ ସର୍ବଦା ସତର୍କତା ରହିବାକୁ ପଡିବ । ଭଲରେ ରହିବାକୁ ଚାହୁଁଥିଲେ ମଧ୍ୟ ତାହା ଖରାପ ହେବାକୁ ଅଧିକ ସମୟ ଲାଗିବନାହିଁ । ନିଯୁକ୍ତିରେ ବିଳମ୍ବ ହେବ । ଏହି ସବୁ ସମସ୍ୟା ଦେଖା ଦେଉଥିଲେ ‘ଓଁ ଗୋପାଲାୟ ଉତ୍ତର ଧ୍ୱଜାୟ ନମଃ’ ମନ୍ତ୍ରକୁ ଜପ କରନ୍ତୁ ।

ମିଥୁନ : ମିଥୁନ ରାଶି ପାଇଁ ବୃହସ୍ପତ୍ତି ଏକାଦଶସ୍ତ । ୩୦ ଅକ୍ଟୋବର ୨୦୨୩ ଯାଏଁ ରାହୁ ଯୁକ୍ତ ହୋଇରହିବେ । ଏହି ଯୋଗ କିଛି ମାତ୍ରାରେ ଖରାପ ଫଳ ପ୍ରଦାନ କଲେ ମଧ୍ୟ ବିଭିନ୍ନ ପ୍ରକାର ଶୂଭଫଳ ପ୍ରଦାନ କରିବେ । ଏହି ୧୩ ମାସ ସମୟ ମଧ୍ୟରେ ବିବାହ ସୁନିଶ୍ଚିତ ହେବ । ଯଦି ବିବାହ, ବ୍ରତ, କିମ୍ବା କୌଣସି ଧାର୍ମିକ କାର୍ଯ୍ୟରେ ବିଳମ୍ବ ହେଉଥାଏ । ତାହା ଏହି ସମୟରେ ପୁରା ହୋଇଯିବ । ନୂତନ କର୍ମନିଯୁକ୍ତି ପାଇଁ ଯୋଗ୍ୟ ସାବ୍ୟସ୍ତ ହେବେ । ଆପଣ ନିଜେ ଗୃହର ସୁଖ, ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ । କର୍ମଚଞ୍ଚଳ ହେବେ, ଧନଲାଭର ଯୋଗ ରହିଛି । ରୂପା ଧାରଣ କଲେ ମଧ୍ୟ ଆପଣଙ୍କର ମାନସିକ ସ୍ଥିତିର ବିକାଶ ଘଟିବ । ତାହା ସତ୍ୱେ ମଧ୍ୟ କୌଣସି ପରିସ୍ଥିତିରେ ‘ଓଁ କ୍ଲିଂ କୃଷ୍ନାୟ ନମଃ’ ମନ୍ତ୍ରକୁ ଜପ କରନ୍ତୁ ।

କର୍କଟ : କର୍କଟ ରାଶି ପାଇଁ ବୃହସ୍ପତ୍ତି ୧୦ମ । ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରାହୁ ଯୁକ୍ତ ହୋଇ ରହିବେ । ୧୦ମ ବୃହସ୍ପତ୍ତିରେ ମଧୁ କୈଟଭର ବିନାଶ ହେଲା । ଏହାର ଅର୍ଥ ଆପଣ ଆପଣଙ୍କ ଜୀବନଚର୍ଯ୍ୟାର ପ୍ରତ୍ୟେକ ପରିସ୍ଥିତିକୁ ବହୁତ ସାବଧାନତାର ସହ ସାମ୍ନା କରନ୍ତୁ । ନହେଲେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବାଧା ଉପୁଜିପାରେ । ସନ୍ତାନ, ସନ୍ତାନିଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ପଡିବେ । ନିଜର ଆଂଠୁ, ଗଣ୍ଠି ବ୍ୟଥା ହୋଇପାରେ । ରୁଣ ଭାର ବୃଦ୍ଧି ପାଇବ । ଚିନ୍ତା କରିଥିବା ଯୋଜନାକୁ ସଫଳ କରିବାରେ ବହୁ ବିଳମ୍ବ ହେବ । ସର୍ବଦା ମାନସିକ ଚିନ୍ତାରେ ରହିବେ । ଯାନବାହାନରେ ସର୍ବଦା ସତର୍କତା ଅବଲମ୍ବନ କରିବେ । ଚାକିରିରେ ଯୋଗଦାନ କ୍ଷେତ୍ରରେ ବିଳମ୍ବ ହେବ । ବ୍ୟବସାୟରେ କ୍ଷତି ନହେଲେ ମଧ୍ୟ ବିଶେଷ ଲାଭର ଯୋଗନାହିଁ ।ଏପରି ପରିସ୍ଥିତିରେ ନିଜକୁ ସନ୍ତୁଳିତ କରିବା ପାଇଁ ଏହି ମନ୍ତ୍ର ‘ଓଁ ହିରନ୍ୟ ଗର୍ଭାୟ ଅବ୍ୟକ୍ତ ରୁପିଣେ ନମଃ’ କୁ ୧୦୮ ଥର ଜପ କରନ୍ତୁ । ନିଶ୍ଚିୟ ଶୁଭଫଳ ମିଳିବ ।

ସିଂହ : ସିଂହ ରାଶି ପାଇଁ ବୃହସ୍ପତ୍ତି ୯ ମସ୍ତ । ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରାହୁ ଯୁକ୍ତ ହୋଇ ଗୁରୁଚଣ୍ଡାଳ ଦୋଷ ସୃଷ୍ଟି କରିବେ । ଏହାର ଅର୍ଥ ଯଦି ଅସୁବିଧା କିଞ୍ଚିତ ମାତ୍ରାରେ ରହିବ । ହେଲେ ମଧ୍ୟ ଯୋଗ ସବୁ ପ୍ରକାର ଶୁଭଦାୟକ ହୋଇଥାଏ । ଅର୍ଥ ନିବେଶ ପାଇଁ ଏହି ସମୟ ଆପଣଙ୍କୁ ନିଶ୍ଚୟ ଲାଭ ଦେବ । ବୃହସ୍ପତ୍ତିଙ୍କ ଶୁଭ ଦୃଷ୍ଟିରୁ ମନରେ ଥିବା ଗ୍ଲାନିର ଅନ୍ତ ଘଟିବ । ଚାକିକିରେ ପଦୋନ୍ନିତ ହେବ । ବିବାହ , ପାରିବାରିକ ସୁଖ ମଧ୍ୟ ପ୍ରାପ୍ତି ହେବେ । କିଛି ମାତ୍ରାରେ ମାନସିକ ଦୁଶ୍ଚିନ୍ତା ରହିଲେ ମଧ୍ୟ ତାହାର ସମାଧାନର ବାଟ ଦେଖାଦେବ । ଚାହୁଁଥିବା କାର୍ଯ୍ୟକୁ ହାସଲ କରିପାରିବେ । ଅସୁସ୍ଥ ଥିଲେ ସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତଥାପି ମାନସିକ ଶାନ୍ତି ପାଇଁ ତମ୍ବାପାତ୍ରରେ ଭୋଜନ କରନ୍ତୁ । ଏହି ମନ୍ତ୍ରଟି ‘ଓଁ କ୍ଳିଂ ବ୍ରହ୍ମାଣେ ଜଗଦା ଧରାୟ ନମଃ’ କୁ ଠାକୁର ପୂଜା ସମୟରେ ୧୦୮ ଥର ଜପ କଲେ ସବୁ ଦୁଃଖ ଦୂର ହେବ ।

କନ୍ୟା : କନ୍ୟା ପାଇଁ ବୃହସ୍ପତ୍ତି ୮ମସ୍ତ । ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରାହୁଯୁକ୍ତ ରହିବେ । ଏହି ଯୋଗରେ ଦୁର୍ଯ୍ୟଧନର ବିନାଶ ଘଟିଥିଲା । ଏହି ଯୋଗ ଥିଲେ ମାନିସିକ ଅଶାନ୍ତି, ଶାରିରୀକ ସମସ୍ୟା, ଉଦର ଜନିତ ସମସ୍ୟା ଦେଖାଦେଇଥାଏ । ଅର୍ଥହାନୀ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଅର୍ଥ ନିବେଶ ପାଇଁ ଏହା ଠିକ୍‌ ସମୟ ନୁହେଁ । ବିଦେଶ ଯାତ୍ରା ପାଇଁ ଏହି ସମୟ ମଧ୍ୟ ବିଶେଷ ଶୁଭ ନୁହେଁ । ମନରେ ସର୍ବଦା ଗ୍ଲାନି ଭାବ ରହିବ । ଯାହାଫଳରେ ପରିବାରରୁ ମଧ୍ୟ ବିଚ୍ଛିନ ହୋଇପାରନ୍ତି । ନିଜ ବନ୍ଧୁଙ୍କ ଦ୍ୱାର ହଟହଟା ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଆସିପାରେ । ଅଯଥା ଖର୍ଚ୍ଚ ଯୋଗୁଁ ମାନସିକ ଚିନ୍ତାର ନିଜ ଶରୀରକୁ କଷ୍ଟ ଦେବେ । ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ । ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ ନାହିଁ। ଏପରି ସମସ୍ୟାର ସମାଧାନ ପାଇଂ ଅଶ୍ୱସ୍ତ ଗଛକୁ ଗୁରୁବାର ପୂଜା କରନ୍ତୁ । ଏହି ମନ୍ତ୍ର ‘ଓଁ ନମୋ ପିଂ ପିତାମ୍ବରାୟ ନମଃ’ କୁ ପ୍ରତିଦିନ ୧୦୮ ଥର ଜପ କରନ୍ତୁ । ନିଶ୍ଚୟ ଶୁଭଫଳ ମିଳିବ।

ତୁଳା : ତୁଳା ରାଶି ପାଇଁ ବୃହସ୍ପତି ୭ମସ୍ତ । ସପ୍ତମରେ ବୃହସ୍ପତି ସର୍ବଦା ଉତ୍ତମ ଫଳ ଦେଇଥାନ୍ତି । ଏହା ଅତି ଶୁଭ ଯୋଗ । ଏହି ଯୋଗ ଥିଲେ ରାଜସମ୍ମାନ ପ୍ରାପ୍ତି ହୋଇଥାଏ । ରାଜନୀତିରେ ନିଜ ସ୍ଥାନକୁ ବଜାୟ ରଖିବାକୁ ସକ୍ଷମ ହେବେ । ପରିବାରରେ ଆପଣଙ୍କ ଆଧିପତ୍ୟ ବଢିବ । ବିଭିନ୍ନ ସ୍ରୋତରୁ ଅର୍ଥ ଉପାର୍ଜନର ମାର୍ଗ ଖୋଲିବ । ନିବେଶ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟକ । ବିବାହ, ବ୍ରତ, ମନ୍ଦିର ସ୍ଥାପନା, ଭୂମି କ୍ରୟ ଇତ୍ୟାଦି ସମୟ ପାଇଁ ଏହି ଦିନ ଅତ୍ୟନ୍ତ ଲାଭଦାୟକ । ଆପଣଙ୍କ କର୍ମକୁ ନେଇ ସବୁ କ୍ଷେତ୍ରରେ ସମ୍ମାନିତ ହେବେ । ଚାକିରିରେ ଉନ୍ନତୀ ଏବଂ ସହକର୍ମୀଙ୍କ ସହ ଭଲ ସଂପର୍କ ସ୍ଥାପନ ହେବ। ଧନବାନ୍‌ ହେବେ । ସନ୍ତାନ ସୁଖ ଲାଭ କରିବେ । ତଥାପି , ଯେହେତୁ ବୃହସ୍ପତି ରାହୁଯୁକ୍ତ ହୋଇ ଅଛନ୍ତି । ସେଥିପାଇଁ ଆପଣଙ୍କ ଜୀବନଚର୍ଯ୍ୟ।ରେ କିଛି ମାତ୍ରାରେ ସାବଧାନ ଅବଲମ୍ବନ କରିବେ । ଏହି ମନ୍ତ୍ରଓଁ ତତ୍ୱନିରଞ୍ଜନାୟ ତାରକରାମୟ ନମଃ କୁ ଜପ କରିବା ଦ୍ୱାରା ଆପଣଙ୍କ ଜୀବନ ଅଧିକ ଶୁଭମୟ ହେବ ।

ବିଛା : ବିଛା ରାଶି ପାଇଁ ବୃହସ୍ପତି ୬ଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି ଏବଂ ରାହୁଯୁକ୍ତ ହୋଇ ରହିଛନ୍ତି। ବୃହସ୍ପତ୍ତିଙ୍କ ଏହି ଅବସ୍ଥିରେ କର୍ଣ୍ଣ ରାଜାଙ୍କ ବିନାଶ ହୋଇଥିଲା । ଏହି ଯୋଗ ଥିଲେ ପାଉଥିବା ଅର୍ଥକୁ ଆପଣ ହରାଇ ବସିବେ । ଅକସ୍ମାତ ଧନୀରୁ ନିର୍ଧନ ହେବାର ଯୋଗ ମଧ୍ୟ ଦେଖାଇଦେଇପାରେ । ଲୋଭରେ ପଡି କ୍ଷତ ମଧ୍ୟ ସହିବେ । ଯଦି କିଛି ପୂର୍ବ କର୍ମ ଖରାପ କରିଛନ୍ତି। ତାର ଫଳ ଏହି ସମୟରେ ପ୍ରାପ୍ତି କରିବେ । ନିଜ ଲୋକ ଶତ୍ରୁ ସାଜିବେ । ବ୍ୟବସାୟରେ ଲାଭ ଯୋଗ ନାହିଁ । ଆୟଠୁ ଖର୍ଚ୍ଚ ଅଧିକ ରହିବ । ଦୂର ଯାତ୍ରା କରିବାକୁ ପଡିପାରେ । ପତ୍ନୀଙ୍କ ସହ ମତାନ୍ତର ହୋଇପାରେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାର ରହିପାରନ୍ତି । ଏପରି ପରିସ୍ଥିତିକୁ ସାମ୍ନା କରିବାକୁ ଏହି ମନ୍ତ୍ର ‘ଓଁ ନାରାୟଣାୟ ସୁର ସିଂହାୟ ନମଃ’ କୁ ପ୍ରତିଦିନ ତୁଳସୀ ମାଳ ସହ ୧୦୮ ଥର ଜପ କରନ୍ତୁ । ଏହାସହିତ ତମ୍ବା ପାତ୍ରରେ ସେବନ କରନ୍ତୁ ।

ଧନୁ : ଧନୁ ରାଶି ପାଇଁ ପଞ୍ଚମରେ ବୃହସ୍ପତ୍ତି । ଯାହା ସବୁପ୍ରକାର ଶୁଭଦାୟକ ହୋଇଥାଏ । ତଥାପି ବୃହସ୍ପତ୍ତି ରାହୁଯୁକ୍ତ ହୋଇଥିବାରୁ ଜଗି ରଖି ଚଳିବାକୁ ପଡିପାରେ । ପଞ୍ଚମରେ ବୃହସ୍ପତି ଥିଲେ ପ୍ରଥମ ସନ୍ତାନ ଲାଭ ଥାଏ । ପରିବାରକୁ ନୂତନ ସଦସ୍ୟର ଆଗମନ ହୁଏ । ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଭଳି ଶୁଭକାର୍ଯ୍ୟ ଏହି ସମୟରେ କଲେ ଭଲ । ଜମି, ଅଳଙ୍କାର କ୍ରୟ ପାଇଁ ଏହା ସଠିକ୍‌ ସମୟ । ଦ୍ରବ୍ୟ ଲାଭର ଯୋଗ ରହିଥାଏ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ । ବ୍ୟବସାୟରେ ଆଶା ଠାରୁ ଭଲ ଲାଭ ମିଳେ ଏବଂ ଦାଂପତ୍ତ୍ୟ ଜୀବନ ସୁଖମୟ ହେବ । ଚାକିରିରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସଫଳତା ମିଳିବ । ଏହି ମନ୍ତ୍ର ‘ଓଁ ଶ୍ରିଂ ଦେବକୃଷ୍ନାୟ ନମଃ’ କୁ ପ୍ରାତଃରୁ ଜପ କଲେ ଶୁଭଫଳ ମିଳିବ ।

ମକର : ମକର ରାଶି ପାଇଁ ୪ର୍ଥରେ ବୃହସ୍ପତ୍ତି । ୩୦ ଅକ୍ଟୋବର ୨୦୨୩ ଯାଏଁ ରାହୁ ଯୁକ୍ତ ହୋଇରହିବେ । ଏହି ଯୋଗ ଏତେ ଭଳ ଫଳ ପ୍ରଦାନ କରିନଥାଏ । ଏହି ସମୟରେ ମାନସିକ ଦୁଶ୍ଚିନ୍ତା ବଢିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ । ଆର୍ଥିକ ସ୍ଥିତିରେ ଅବନୀତି ଦେଖାଦେବା ସହ ପାରିବାରିକ ସମସ୍ୟା ଲାଗି ମସ୍ତିସ୍କ ବିଚଳିତ ହେବ । ସନ୍ତାନଙ୍କ ଶାରିରୀକ ସମସ୍ୟା ଦେଖାଦେବ । ଅଜାଣତରେ ଶତ୍ରୁ ବୃଦ୍ଧି ହେବ । ଆପଣ ଅନ୍ୟର ଭଲ ଚାହୁଥିଲେ ମଧ୍ୟ ତାହା ଖରାପରେ ପରିଣତି ହେବ । ବ୍ୟବସାୟ-ବାଣିଜ୍ୟରେ ଜଗିରଖି କାମ କରନ୍ତୁ । ଏପରି ସମସ୍ୟା ସୃଷ୍ଟି ହେଉଥିଲେ , ଏହି ମନ୍ତ୍ର ‘ଓଁ ଶ୍ରୀ ବତ୍ସଳାୟ ନମଃ’ କୁ ପ୍ରତିଦିନ ଠାକୁର ପୂଜା ସମୟରେ ଜପ କଲେ । ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ ।

କୁମ୍ଭ : କୁମ୍ଭ ରାଶି ପାଇଁ ତୃତୀୟରେ ବୃହସ୍ପତ୍ତି । ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରାହୁ ଯୁକ୍ତ । ତୃତୀୟ ବୃହସ୍ପତିରେ ବଳି ରାଜା, ଅତି ଗର୍ବେ ପାତାଳ ଗାମୀ ହୋଇଥିଲେ । ସେହିପରି ୨ୟ ବୃହସ୍ପତିରେ ବିଭିନ୍ନ ଶାରୀରକ ସମସ୍ୟା । ଯେପିରି ଅଣ୍ଠା ବ୍ୟଥା, ଗଳାରେ ସମସ୍ୟା, ଆଣ୍ଠୁ ବ୍ୟଥା ଏବଂ ସାମାନ୍ୟ ଉଦରଜନିତ ରୋଗ ଦେଖାଦେଇଥାଏ । ଅଧିକ ପରିଶ୍ରମରେ ଅଳ୍ପ ଫଳ ପ୍ରାପ୍ତ ହୁଏ। ବିଳମ୍ବେ ସଫଳତା ମିଳିବ । ଅର୍ଥ ଅଧିକ ଖର୍ଚ୍ଚ ହେବ । ରୁଣ କରି ଚିନ୍ତା ଜନିତ ହେବେ । ଭ୍ରମଣରେ ଅଧିକ ଖର୍ଚ୍ଚାନ୍ତ ହେବେ । ଦରମା ବଢିବାର ଯୋଗ ଥିଲେ ମଧ୍ୟ ବିଳମ୍ବ ହେବ । ଏହି ସମୟ ମଧ୍ୟରେ ଅଧିକ ଧାତୁ ବା ଶୁକ୍ର କ୍ଷୟ ମଧ୍ୟ ହୋଇଥାଏ । ମନ ସର୍ବଦା ଅସ୍ତିର ରୁହେ । ଅଳସୁଆମି ଗ୍ରସ୍ତ କରିଥାଏ । ଏପରି କ୍ଷେତ୍ର ଏହି ମନ୍ତ୍ର ‘ଓଁ ଶ୍ରୀ ଉପେଦ୍ରାୟ ଅଚ୍ୟୁତାୟ ନମଃ’ କୁ ଜପ କରନ୍ତୁ । ତର୍ଜନୀ ଆଙ୍ଗୁଠିରେ ଇନ୍ଦ୍ରନୀଳମଣି ରତ୍ନ ଧାରଣ କରନ୍ତୁ । ଆର୍ଥିକ ସମସ୍ୟା ଦୂର ହେବ ।

ମୀନ : ମୀନ ରାଶି ପାଇଁ ୨ୟ ରେ ବୃହସ୍ପତ୍ତି । ଏହା ଅତ୍ୟନ୍ତ ଶୁଭଦାୟକ । ବିବାହ, ବ୍ରତ ପାଇଁ ଶୁଭସମୟ ରହିବ । ମାନସିକ ଶାନ୍ତି ବଜାୟ ରହିବ ଏବଂ ପରିବାରରେ ଖୁସିର ବାତାବରଣ ରହିବ। ଯେଉଁ କାର୍ଯ୍ୟ କରିବେ, ସେଥିରେ ଯଥାଶୀଘ୍ର ସଫଳ ହେବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଶୁଭସମୟ । ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବାର ଯୋଗ ରହିଛି । ନୂଆ ଚାକିରି କିମ୍ବା ବ୍ୟବସାୟ ପାଇଁ ଏହା ଏକ ଅନୁକୂଳ ସମୟ । ଆଶାଠୁ ଅଧିକ ଅର୍ଥପ୍ରାପ୍ତିର ଯୋଗ ମଧ୍ୟ ରହିଛି । ତଥାପି ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ଭାବିଚିନ୍ତି କଲେ, ଲାଭଦାୟକ ରହିବେ। ଏହି ମନ୍ତ୍ର ‘ଓଁ ଶ୍ରିଂ କ୍ଲିଁ ଉଧୃତାୟ ଉଦ୍ଧlରିଣେ ନମଃ’ କୁ ଜପ କରନ୍ତୁ । ପୋଖରାଜ ମଣି ବ୍ୟବହାର କରିଲେ ମାନସିକ ଶାନ୍ତି ବଜାୟ ରହିବ।

SBI AD
Leave A Reply

Your email address will not be published.