KIIT ରେ ‘କର୍ତ୍ତବ୍ୟ ୨୦୨୬’ ସମ୍ବିଧାନ ମହୋତ୍ସବ ଉଦଘାଟିତ, ଯୋଗଦେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ

ଭୁବନେଶ୍ୱର, ୦୪/୧୧ : କିଟରେ ‘କର୍ତ୍ତବ୍ୟ ୨୦୨୬’ ସମ୍ବିଧାନ ମହୋତ୍ସବ ଉଦ୍ ଘାଟିତ । ଭାରତୀୟ ସମ୍ବିଧାନର ୭୭ ବର୍ଷ ପୂର୍ତ୍ତି ଅବସରରେ କିଟ୍ ସେଣ୍ଟର ଫର୍ କନଷ୍ଟିଚ୍ୟୁସନାଲ ଲ’ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ଏବଂ କିଟ୍ ସ୍କୁଲ୍ ଅଫ୍ ଲ’ ପକ୍ଷରୁ ‘କର୍ତ୍ତବ୍ୟ ୨୦୨୬- ସମ୍ବିଧାନ ମହୋତ୍ସବ’ ଉଦ୍ ଘାଟିତ ହୋଇଛି। ଉଦଘାଟନୀ ସମାରୋହରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ। ଏହା ପଛରେ ରହିଛି ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରା ଓ ଦୂରଦୃଷ୍ଟି ବୋଲି କହିଛନ୍ତି ଜଷ୍ଟିସ ମାହେଶ୍ବରୀ। ପ୍ରତ୍ୟେକ ନାଗରିକ ସମ୍ବିଧାନର ମୂଳ ଆଦର୍ଶକୁ ବୁଝିବା ସହ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ନଭେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ କର୍ତ୍ତବ୍ୟ ୨୦୨୬ ସମ୍ବିଧାନ ମହୋତ୍ସବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ, ନାଗରିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହ ମହୋତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଦଘାଟନୀ ଅଧିବେଶନରେ କିଟ୍ ସ୍କୁଲ୍ ଅଫ୍ ଲ’ର ପ୍ରୋ ଭାଇସ୍ ଚାନ୍ସେଲର ପ୍ରଫେସର ଡ. ରାଜୁ କେ.ଡି., ପ୍ରୋ ଭାଇସ୍ ଚାନ୍ସେଲର ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ଏବଂ ପ୍ରଫେସର ଏମେରିଟସ୍ ଏନ୍ .ଏଲ୍ . ମିତ୍ର ଉପସ୍ଥିତ ଥିଲେ।