ମେଷ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟ କ୍ଷେତ୍ରରେ ଭଲ ଫଳାଫଳ ମିଳିବ ଏବଂ ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । କାର୍ଯ୍ୟଭାର ଅଧିକ ରହିବାରୁ ଦିନଟି ବ୍ୟସ୍ତତାରେ କଟିବ । ଶାରୀରିକ ଓ ମାନସିକ ଥକ୍କାପଣ ଅନୁଭବ କରିପାରନ୍ତି । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅଯଥା ଯାତ୍ରାରୁ ଦୂରେଇ ରୁହନ୍ତୁ । ପାରିବାରିକ ପରିବେଶ ଭଲ ରହିବ । ପରିବାର ଓ ବନ୍ଧୁଙ୍କ ସହଯୋଗ ମିଳିବ । ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ପାଇବେ ।
ବୃଷ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବା ସହ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ହେବ । ଅପ୍ରତ୍ୟାଶିତ ଧନଲାଭର ମଧ୍ୟ ସମ୍ଭାବନା ରହିଛି । ପରିବାରରେ ଖୁସିର ପରିବେଶ ରହିବ ଏବଂ ବନ୍ଧୁଙ୍କ ସହ ଆନନ୍ଦରେ ସମୟ ବିତିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ସାମାଜିକ କାର୍ଯ୍ୟରେ ଯୋଗଦେଇ ସମ୍ମାନ ପାଇବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ ସଫଳତା ହାସଲ କରିବେ ।
ମିଥୁନ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କର୍ମକ୍ଷେତ୍ରରେ ପରିବେଶ ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଭଲ ଲାଭ ହେବ, କିନ୍ତୁ କାମର ଚାପ ଅଧିକ ରହିପାରେ । ପରିବାର ସହିତ ସମୟ ବିତାଇ ଆନନ୍ଦ ଅନୁଭବ କରିବେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । ମନରେ ନକାରାତ୍ମକ ଚିନ୍ତା ଆସିପାରେ, ତେଣୁ ସକାରାତ୍ମକ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନୂଆ କାମ ଆରମ୍ଭ କରିବାରୁ ଆଜି ଦୂରେଇ ରୁହନ୍ତୁ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ଅନେକ ସମସ୍ୟାରୁ ରକ୍ଷା ପାଇବେ ।
କର୍କଟ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଓ ଫଳପ୍ରଦ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ରହିଲେ ମଧ୍ୟ ନିଜ ପରିଶ୍ରମ ବଳରେ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜବୁତ ହେବ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ସୃଜନଶୀଳ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ । ସନ୍ତାନଙ୍କଠାରୁ ଶୁଭ ଖବର ପାଇ ଖୁସି ହେବେ । ଧାର୍ମିକ ଓ ଦାନଧର୍ମ କାର୍ଯ୍ୟରେ ମନ ଲାଗିବ । ଛାତ୍ରଛାତ୍ରୀମାନେ ଆଶାଠାରୁ ଭଲ ଫଳାଫଳ ପାଇପାରନ୍ତି ।
ସିଂହ : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବୃତ୍ତିଗତ ଜୀବନରେ କିଛି ଛୋଟମୋଟ ସମସ୍ୟା ଦେଖାଦେଇପାରେ । ତଥାପି ନିଜର କଠିନ ପରିଶ୍ରମ ଦ୍ୱାରା ସଫଳତା ଓ ଆର୍ଥିକ ଲାଭ ପାଇବେ । କାମ ପାଇଁ ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିପାରେ । ବିଭିନ୍ନ କଥାକୁ ନେଇ ମନରେ ଚିନ୍ତା ବଢ଼ିପାରେ, ଯାହା ମାନସିକ ଅଶାନ୍ତି ସୃଷ୍ଟି କରିବ । ପରିବାର ସଦସ୍ୟଙ୍କ ସହ ମତଭେଦ ହେବାର ଆଶଙ୍କା ରହିଛି । ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
କନ୍ୟା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଓ ଫଳପ୍ରଦ ଦିନ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଅପ୍ରତ୍ୟାଶିତ ଧନଲାଭର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ ଏବଂ ସମସ୍ତ କାମ ସଫଳତାର ସହ ସମ୍ପନ୍ନ ହେବ । ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି। ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଧାର୍ମିକ ଯାତ୍ରା ପାଇଁ ଯୋଜନା ହୋଇପାରେ । ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଭଲ ସୁଯୋଗ ମିଳିବ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ସାମାଜିକ କାର୍ଯ୍ୟରେ ଯୋଗଦେବା ସହ ପରିବାରକୁ ସମୟ ଦେଇପାରିବେ ।
ତୁଳା : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କର୍ମକ୍ଷେତ୍ରରେ କାମର ପରିମାଣ ଅଧିକ ରହିବାରୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ନିଜ କାମରେ ସଫଳତା ମିଳିବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ତେବେ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବଢ଼ିପାରେ । ଶାରୀରିକ ଓ ମାନସିକ ଥକ୍କାପଣ ସହ କ୍ରୋଧ ଅନୁଭବ କରିପାରନ୍ତି । ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହାଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବ । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।
ବିଛା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଓ ଫଳପ୍ରଦ ଦିନ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଚାକିରି କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି । ସହକର୍ମୀଙ୍କ ସହଯୋଗରେ ସମସ୍ତ କାମ ସମୟରେ ସମ୍ପନ୍ନ କରିପାରିବେ । ଅପ୍ରତ୍ୟାଶିତ ଧନଲାଭର ସମ୍ଭାବନା ମଧ୍ୟ ରହିଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ଆତ୍ମୀୟସ୍ୱଜନଙ୍କ ସହ ସାକ୍ଷାତ ହେବା ଫଳରେ ଖୁସି ମିଳିବ । ପରିବାର ସହିତ ଆନନ୍ଦରେ ସମୟ ବିତିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ଧନୁ : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ସଫଳତା ଓ ଆର୍ଥିକ ଲାଭ ମିଳିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । କୌଣସି କାରଣରୁ ମନ ଅଶାନ୍ତ ରହିପାରେ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଅର୍ଥ ବ୍ୟୟ ହେବ । ପ୍ରିୟଜନଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । କୋର୍ଟକଚେରୀ ମାମଲାରେ ସମସ୍ୟା ହୋଇପାରେ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ।
ମକର : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ବ୍ୟବସାୟରେ ଆର୍ଥିକ ଲାଭ ହେବ । ସାମାଜିକ କାର୍ଯ୍ୟରେ ଯୋଗଦେଇ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢ଼ାଇପାରିବେ । ପରିବାରରେ ଖୁସିର ପରିବେଶ ରହିବ । କୌଣସି ଶୁଭ ଘଟଣା ଘଟିବାରୁ ଆନନ୍ଦ ବଢ଼ିପାରେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ଲାଭଦାୟକ ହେବ । ସନ୍ତାନଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ଆୟ ବୃଦ୍ଧିର ସମ୍ଭାବନା ରହିଛି । ଯାତ୍ରା ପାଇଁ ଯୋଜନା ହୋଇପାରେ । ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ବ୍ୟବସାୟରେ ସଫଳତା ମିଳିବ ଏବଂ ସମସ୍ତ କାମ ସହଜରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । କାର୍ଯ୍ୟକ୍ଷେତ୍ରରୁ ଶୁଭ ଖବର ପାଇପାରନ୍ତି । ନିଜ ପରିଶ୍ରମ ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବ । ପୂର୍ବରୁ ଧାର ଦେଇଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି । ତେବେ ନୂଆ ଆର୍ଥିକ କାରବାର କରିବାରୁ ଦୂରେଇ ରୁହନ୍ତୁ । ବଡ଼ ଭାଇ ଓ ପିତାଙ୍କଠାରୁ ସହଯୋଗ ମିଳିବ । ପରିବାରରେ ଖୁସି ରହିବ । ସମସ୍ତଙ୍କ ସହ ଭଲ ସମୟ ବିତିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ମୀନ : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ମଧ୍ୟମ ଫଳ ମିଳିବା ସହ କିଛି ସମସ୍ୟାର ସାମ୍ନା କରିପାରନ୍ତି । କର୍ମକ୍ଷେତ୍ରରେ କାମର ଚାପ ଅଧିକ ରହିବାରୁ ଥକ୍କାପଣ ଅନୁଭବ କରିବେ । ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ସତର୍କ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ କଥାରେ ସଂଯମ ବଜାୟ ରଖନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ଏବଂ ଶୁଭ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିପାରେ । ପାରିବାରିକ ପରିବେଶ ଭଲ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।