ଭୁବନେଶ୍ବର,୧୮/୬ : ଶ୍ରୀକ୍ଷେତ୍ରରେ ରଥଯାତ୍ରା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ତେବେ ପୁରୀ ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ରଥଯାତ୍ରା ପାଇଁ ସେବାୟତମାନେ ନିବେଦନ କରିଛନ୍ତି । ଏନେଇ ଆଜି କଟକ ହାଇକୋର୍ଟରେ ୫ଜଣ ସେବାୟତଙ୍କ ପକ୍ଷରୁକେନ୍ଦ୍ରପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ମାମଲା ଦାୟର କରାଯାଇଛି। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି । କେବଳ ସେବାୟତଙ୍କୁ ନେଇ କେନ୍ଦ୍ରପଡ଼ା ରଥଯାତ୍ରା ସମ୍ପନ୍ନ ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି।