ରଥ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ ହେବ ଆରଟିପିସିଆର ଟେଷ୍ଟ

ପୁରୀ,୧୮/୬: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୨ରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କୋଭିଡ ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ସହ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟିକାକରଣ । ଏଥିରେ ନୋଡାଲ ଅଧିକାରୀ ନିୟୋଜିତ ରହିବେ। ଏନେଇ ବିସ୍ତୃତ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭରଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।