କେନ୍ଦ୍ରାପଡାରେ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୩ /୧୦- (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂଚନା ଓ ଲୋକସର୍ମ୍ପକ ବିଭାଗ ତରଫରୁ ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି । ପୂର୍ବାହ୍ନରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲା ପାଳ ନରହରି ସେଠି, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂର୍ପକ ବିଭାଗ, କେନ୍ଦ୍ରାପଡ଼ା ଚନ୍ଦ୍ର କାନ୍ତ ନାୟକ, ଶିକ୍ଷାବିତ ନନ୍ଦକିଶୋର ପରିଡା ସ୍ୱାଧୀନତା ସଂଗ୍ରାମୀ ସଙ୍ଘ ସଭାପତି ବିମ୍ବାଧର ମୁଦୁଲି, ସମ୍ପାଦକ ଗୋପାଳକୃଷ୍ଣ ଜେନା ଆଦି ସ୍ବର୍ଗତ ମହାନ ପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଗରାପୁରଛକ, ପୁରୁଣା ବସଷ୍ଟାଣ୍ଡ,ଛକ, ଜିଲ୍ଲା କୋର୍ଟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହିତ ବସଷ୍ଟାଣ୍ଡ ଛକ ସୁବାଷ ବୋଷ ଓ ବି. ଆର. ଆମ୍ବେଦକରଏବଂ କୋର୍ଟ ପରିସରର ଗୋପବନ୍ଧୁ ଦାସ ଓ ମଧୁ ବାବୁ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯାଇଥିଲା । ଏଥିସହିତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ସମେତ ସମସ୍ତ ମହାନ ପୁରୁଷ ମାନଙ୍କ ମହାନତl ନେଇ ପଦାଧିକାରୀ, ଜନନେତା, ସ୍ବେଛାସେବୀ, ସ୍ୱାଧୀନତା ସଂଗ୍ରାମୀ ମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ସ୍ମୃତି ଚାରଣ କରିଥିବାର ଜଣାପଡିଛି ।