ନୂଆଦିଲ୍ଲୀ,୩ /୧୦: କରୋନା ଅବଧିରେ ଋଣ ନେଇଥିବା ଲୋକଙ୍କ ପାଇଁ ଏକ ବଡ଼ ରିଆତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଛଅ ମାସ ପର୍ଯ୍ୟନ୍ତ ଦୁଇ କୋଟି ପର୍ଯ୍ୟନ୍ତ ଋଣ ପାଇଁ ସରକାର ସୁଧ ଉପରେ ସୁଧ ଛାଡ ପ୍ରଦାନ କରିବେ। ସୁପ୍ରିମକୋର୍ଟରେ ଦିଆଯାଇଥିବା ଏକ ସତ୍ୟପାଠରେ ସରକାର ଏହା କହିଛନ୍ତି। ସରକାର କହିଛନ୍ତି ଯେ କରୋନା ଭାଇରସ ମହାମାରୀର ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ସୁଧ ଉପରେ ସୁଧ ଛାଡ଼ର ଭାର ବହନ କରିବା ଏବଂ ଋଣଦାତାମାନଙ୍କୁ ରିଲିଫ୍ ଯୋଗାଇବା ହେଉଛି ସରକାରଙ୍କର ଏକମାତ୍ର ସମାଧାନ | ଏହି ନିଷ୍ପତ୍ତି ନେବାକୁ ସଂସଦର ଅନୁମତି ଲୋଡିବ ବୋଲି ସରକାର କହିଛନ୍ତି।ଏହି ପଦକ୍ଷେପ ହଜାର ହଜାର କ୍ଷୁଦ୍ର ଋଣ ଗ୍ରହୀତା ଉପକୃତ ହେବେ । ଶିକ୍ଷା, ଗୃହ, କ୍ରେଡିଟ-କାର୍ଡ ଦେୟ ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିଆଯାଇଥିବା ଋଣ ପାଇଁ ଚକ୍ରବର୍ତି ସୁଧ ରଦ୍ଦ କରାଯିବ ବୋଲି ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ସରକାର କହିଛନ୍ତି ଯେ ଯଦି ସମସ୍ତ ବର୍ଗର ଋଣ ପାଇଁ ଫି ଛାଡ କରାଯାଏ, ତେବେ ଏହା ବ୍ୟାଙ୍କ ଉପରେ ୬ ଲକ୍ଷ କୋଟି ଟଙ୍କା ଭାର ବୃଦ୍ଧି କରିବ ।
ସୂଚନାଯୋଗ୍ୟଯେ ଗତ ସେପ୍ଟେମ୍ବର ୨୮ ରେ ସର୍ବୋଚ୍ଚ ଅଦାଲତ ଋଣ, ଋଣ ଉପରେ ସୁଧ ଓ ସୁଧ ଉପରେ ସୁଧ ମାମଲାକୁ ଅକ୍ଟୋବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖି କେନ୍ଦ୍ର, ଆରବିଆଇ ଏବଂ ବ୍ୟାଙ୍କମାନଙ୍କୁ ଜବାବ ଦାଖଲ ଲାଗି ନିର୍ଦେଶ ଦେଇଥିଲେ ।