କେନ୍ଦ୍ରାପଡା,୨୬/୬ : କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ର ପୁର ମିର୍ଜାପାଟଣା ଗାଁର ମହେନ୍ଦ୍ର ଦାସଙ୍କୁ ମେ ୨୯ ତାରିଖ ଦିନ କେହି ମାରିଦେଇ ବାଉଁଶ ବୁଦା ପାଖରେ ଫୋପାଡ଼ି ଦେଇଥିଲେ l ପରବର୍ତ୍ତୀ ଦିନ ସକାଳେ ପରିବାର ଲୋକେ ଦେଖି ବାରୁ ଗ୍ରାମସ୍ଥ ଲୋକେ ଜମି ଯାଇଥିଲେ l ଡେରାବିଶ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରିବା ସହିତ ସାଇଣ୍ଟିଫିକ ଟିମ ଜରିଆରେ ମହେନ୍ଦ୍ରଙ୍କ ମୃତ୍ଯୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା l କିନ୍ତୁ ଦୁଃଖର କଥା ପରିବାର ତରଫରୁ ଦୁଇ ଦୁଇ ଥର ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଏଯାବତ ଅସଫଳ ହୋଇଛି l ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଥାନା ସମ୍ମୁଖରେ ଅଭିଯୁକ୍ତ ଗିରଫ ଦାବିରେ ଧାରଣାରେ ବସିଥିଲେ l ମାତ୍ର ଧାରଣା ସ୍ଥଳରେ ଗ୍ରାମସ୍ଥ ୬୫ ବର୍ଷୀୟ ଵୃଦ୍ଧା ପ୍ରମିଳା ଦାସ ଟଳି ପଡ଼ିଥିଲେ l ଧାରଣା ସ୍ଥଳରେ ଉପସ୍ଥିତି ଥିବା ଅଗ୍ନିଶମ ବାହିନୀ ଵୃଦ୍ଧା ଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯାଇଥିଲେ l
କିନ୍ତୁ ଗଣମାଧ୍ୟମକୁ ଵୃଦ୍ଧା ମେଡ଼ିକାଲରେ ଚିକିତ୍ସା ଆରମ୍ଭରେ ଅଚେତ ଥିବାର ସାଥିରେ ଆସିଥିବା ସମ୍ପର୍କୀୟ କହିଛନ୍ତି l ମହେନ୍ଦ୍ର ଙ୍କ ପରିବାରକୁ ନ୍ୟାୟ ପାଇଁ ଆଗକୁ ଲଢେଇ ଜାରି ରହିବ ବୋଲି ସମ୍ପର୍କୀୟ କହନ୍ତି l ବିଶେଷ ଅନୁତାପର ବିଷୟ ମହେନ୍ଦ୍ର ଦାସ ମୃତ୍ଯୁ ଘଟଣା ରେ ପୋଲିସ ଗ୍ରାମସ୍ଥ ଜନୈକ ମହିଳାଙ୍କୁ ଏକାଧିକ ବାର ଧରି ଆଣି ପଚରା ଉଚରା କରି ଛାଡ଼ିଦେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି l ଉଲ୍ଲେଖ ଥାଉକି ମହେନ୍ଦ୍ର ଙ୍କ ସହିତ ଗ୍ରାମର ଜନୈକ ବିବାହିତ ମହିଳାଙ୍କର ପ୍ରେମ ସମ୍ପର୍କ ଥିବା ପରିବାର ଲୋକେ ମୃତ୍ୟୁ ପରେ ଜାଣିବାକୁ ପାଇଥିଲେ l ଆଉ ମହିଳାଙ୍କ ସ୍ୱାମୀ ବାହାରେ ରହୁଥୁବା ବେଳେ, ଦେଡଶୁର ମହେନ୍ଦ୍ରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ l ଏନେଇ ମହେନ୍ଦ୍ରଙ୍କ ମୃତ୍ଯୁ ଘଟଣାରେ ପୋଲିସର ନିଷ୍କ୍ରିୟତା କୁ ନେଇ ପରିବାର ଲୋକଙ୍କ ସନ୍ଦେହ ଦୃଢ଼ୀଭୁତ ହେଉଛି l ଏଭଳି ସ୍ପର୍ଶ କାତର ଘଟଣାରେ ଆଗକୁ ଡେରାବିଶ ପୋଲିସ ମୃତକଙ୍କ ପରିବାରକୁ କି ପ୍ରକାର ନ୍ୟାୟ ଦେଉଛି ଦେଖିବାକୁ ବାକି ରହିଲା l