କେନ୍ଦ୍ରାପଡ଼ା, ୬ /୧୦: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସଦର ମହକୁମା ଅଞ୍ଚଳ ଭରତପୁର ପଂଚାୟତ କାର୍ଯ୍ୟାଳୟ ଓ ନିକିରାଇର ଧୂମାତ ନୋଡାଲ ବିଦ୍ୟାପୀଠରେ ଦିନିକିଆ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉଭୟ ସ୍ଥାନରେ ଆଇନ ସେବାପ୍ରାଧିକରଣର ସଚିବ ସଙ୍ଗୀତା ପାଣି ମୁଖ୍ୟ ସଚେତକ ଭାବେ ଉପସ୍ଥିତ ଥିବା ବେଳେ ପାନେଲ ଆଇନଜୀବୀ ମାନେ ସହଯୋଗୀ ପ୍ରଶିକ୍ଷକକ ଭାବେ ଯୋଗ ଦେଇଥିଲେ l ଭରତପୁର ଶିବିରରେ ବିଭିନ୍ନ ମହିଳା ଗୋଷ୍ଠୀର ସଭ୍ୟାମାନେ ଅଂଶ ଗ୍ରହଣ କରିଥିଲେ l

ସେହିପରି ଧୂମାତ ଶିବିରରେ ମହିଳା, ପୁରୁଷ ଓ ବିଭିନ୍ନ ସଂଗଠନର ଲୋକେ ଭାଗ ନେଇଥିଲେ l ମୁଖ୍ୟତଃ ଆଇନସେବା ପ୍ରାଧିକରଣ କିପରି ନିଷ୍ପେସିତ ମହିଳା ଓ ଶ୍ରମିକ ଆହତମାନଙ୍କୁ ଆଇନ ଗତ ସହାୟତା ଯୋଗାଇଆସୁଛି l ଏହି ସହଯୋଗ ଉପଲବ୍ଧ ନେଇ କିପରି ଦିଗ ରହିଛି l ସେହିପରି ଜଣେ ସାଧାରଣ ଲୋକର କି ପ୍ରକାର ଆଇନଗତ ଅଧିକାର ରହିଛି ଏନେଇ ମଧ୍ୟ ଆଲୋଚନା କରାଯାଇଥିଲା l ସର୍ବୋପରି ପ୍ରାଧିକରଣ ଯେ କେବଳ ଆଇନ ଗତ ସହାୟତା ଯୋଗାଇଆସୁଛି ତାହା ନୁହେଁ ନିର୍ଯ୍ୟାତିତ ମହିଳା ମାନଙ୍କ ପୁନର୍ବାସ ନେଇ ସହାୟତା ଓ ସହଯୋଗ କରିଆସୁଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା l