ଖେରି ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫୦-୫୦ ଲକ୍ଷ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ଼ ସରକାର

ଲଖିମପୁର, ୬/୧୦ : ଲଖିମପୁର ଖେରିରେ ହିଂସାରେ ପ୍ରାଣ ହରାଇଥିବା ୮ ଜଣଙ୍କ ପରିବାରକୁ ପଞ୍ଜାବ ଓ ଛତିଶଗଡ଼ ସରକାର ୫୦-୫୦ ଲକ୍ଷ ଟଙ୍କା ସହାୟତା କରିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ଘୋଷଣା କରିଛନ୍ତି।