ଦିଶପୁର,୨/୪ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଧମକ। ଆତଙ୍କବାଦୀ ଗୁରପତୱନ ସିଂହ ପନ୍ନୁ ଆସାମର ଏକ ସାମ୍ବାଦିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଛନ୍ତି।
ଆସାମର ଏକ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଏଥିରେ କୁହାଯାଇଛି ” ଖଲିସ୍ତାନୀ ସମର୍ଥକଙ୍କୁ ଆସାମରେ ବନ୍ଦୀ ରଖି ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ସିଏମ୍ ଶର୍ମା ଧ୍ୟାନ ଦେଇ ଶୁଣ ଲଢ଼େଇ କେବଳ ଖଲିସ୍ତାନୀ ସମର୍ଥକ ଶିଖ ଓ ଭାରତ ସରକାରଙ୍କ ସହ ଅଛି। ଶର୍ମା ଏହି ହିଂସାର ଶିକାର ହୁଅନି।”
ପନ୍ନୁ ଆହୁରି ମଧ୍ୟ କହିଛି ” ଆମେ ଚାହୁଁଛୁ ଭାରତ ଅଧିଗ୍ରହଣରୁ ପଞ୍ଜାବକୁ ଅଲଗା କରାଯାଉ। ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ବକ ଖଲିସ୍ତାନ ଜନମତ ସଂଗ୍ରହ କରାଯାଉ। ଯଦି ଆପଣଙ୍କ ସରକାର ନିର୍ଯାତନା ୬(ଅମ୍ରିତପାଲର ୬ ସହଯୋଗୀ ଆସାମର ଦିବ୍ରୁଗଡ଼ର ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଅଛନ୍ତି)ଜଣଙ୍କୁ ନିର୍ଯାତନା ଦେବେ ଏଥିପାଇଁ ଆପଣ ଦାୟୀ ରେହିବେ।”