ପ୍ରେମିକାକୁ ୩୦ ସେକେଣ୍ଡରେ ୩୦ ଥର ଛୁରି ଭୁସିଲା ସୈତାନ ପ୍ରେମିକ

ନୂଆଦିଲ୍ଲୀ, ୦୭/୦୬ : ପ୍ରେମିକାକୁ ୩୦ ସେକେଣ୍ଡରେ ୩୦ ଥର ଛୁରୀ ଭୁସିଲା ନୃଶଂସ । ସିସିଟିଭିରେ କଏଦ ହେଲା ବିଭତ୍ସ ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ । ଜୀବନ ବଞ୍ଚାଇବା ପାଇଁ ଅଫିସ ଭିତରେ ଏ କୋଣରୁ ସେ କୋଣ ଦୌଡୁଥିଲେ ମହିଳା । ହେଲେ ପିଛା ଛାଡି ନଥିଲା ରାକ୍ଷସ । ଶେଷରେ ଗୋଡେଇ ଗୋଡେଇ ଜୀବନ ନେଇଥିଲା ସୈତାନ । ହତ୍ୟାକାଣ୍ଡ ପରେ ନିଜେ ନିଜକୁ ଆଘାତ କରି ଆତ୍ମହତ୍ୟା ଉଦ୍ଦ୍ୟମ ମଧ୍ୟ କରିଥିଲା । ହଁ ଆଜ୍ଞା , କାର୍ଯ୍ୟସ୍ଥଳରେ ହୃଦୟବିଦାରକ ହତ୍ୟାକାଣ୍ଡ, ସହକର୍ମୀଙ୍କ ଛୁରାମାଡ଼ରେ ମହିଳା କର୍ମଚାରୀଙ୍କ ମୃତ୍ୟୁ । ୩ ବର୍ଷର ସମ୍ପର୍କ ୩୦ ସେକେଣ୍ଡରେ ମିଳେଇଗଲା । ସମ୍ପର୍କ ରେ ଲାଗିଲା କଳଙ୍କ ଛିଟା । ସାଙ୍ଗ ହୋଇ ଗୋଟେ ଅଫିସ ରେ କାମ କରୁଥିଲେ । ଏକାଠି ବସୁଥିଲେ , ଏକାଠି ବୁଲୁଥିଲେ । କିନ୍ତୁ ସମୟ ସହ ବଦଳି ଯାଇଥିଲା ସମ୍ପର୍କ । ଶେଷରେ ହତ୍ୟାର ରୂପ ଦେଇଥିଲା ସୈତାନ ସହକର୍ମୀ ବା ପ୍ରେମିକ । ଏମିତି ଏକ ଘଟଣା ଯାହା ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପଞ୍ଜାବର ଶାସନଗର ଜିଲ୍ଲା ଅନ୍ତର୍ଗତ ମୋହାଲିରୁ ଆସଛି ଏଭଳି ଭୟଙ୍କର ଘଟଣା । ମୋହାଲିର ଏକ ବେସରକାରୀ ଲଜିଷ୍ଟିକ୍ସ କମ୍ପାନିରେ ଘଟିଥିବା ଏକ ଭୟଙ୍କର ଘଟଣାରେ ୩୦ ବର୍ଷୀୟା ମହିଳା କର୍ମଚାରୀ ଡିମ୍ପଲଙ୍କୁ ତାଙ୍କ ସହକର୍ମୀ ହରଜିନ୍ଦର ଓରଫ୍ ହ୍ୟାରି ଛୁରାମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଯାହା ଦେଖିଲେ ଯେ କେହିବି ଧର୍ଯ୍ୟହରା ହୋଇଯିବ । ଗୁରୁବାର ସନ୍ଧ୍ୟା ପ୍ରାୟ ୭.୩୦ଟା ସମୟରେ ଫେଜ-୧୧ ଅଞ୍ଚଳରେ ଥିବା ଏସଆରପି ୟୁଏସ୍ ଲଜିଷ୍ଟିକ୍ସ କମ୍ପାନୀରେ ଡିମ୍ପଲ ନିଜ ଡେସ୍କରେ କାମ କରୁଥିବାବେଳେ ତାଙ୍କୁ ଆକ୍ରମଣ ହୋଇଥିଲା । ପଟିଆଲାର ବାସିନ୍ଦା ଡିମ୍ପଲ କମ୍ପାନୀର ଡିସ୍ପାଚ୍ ଟିମ୍‌ର ସଦସ୍ୟା ଥିଲେ । ପ୍ରାରମ୍ଭିକ ତଦନ୍ତ ଅନୁସାରେ, ହରଜିନ୍ଦର ଦୁଇଟି ଛୁରି ନେଇ ତାଙ୍କ କ୍ୟାବିନ୍‌କୁ ପ୍ରବେଶ କରି ପଛପଟୁ ହଠାତ୍ ଆକ୍ରମଣ କରିଥିଲେ। ଡିମ୍ପଲ ଜୀବନ ବଞ୍ଚାଇବା ପାଇଁ ଅଫିସ ଭିତରେ ଦୌଡ଼ିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ ପିଛା କରି ଆକ୍ରମଣ କରି ଚାଲିଥିଲା । ଘଟଣା ସମୟରେ ଅନ୍ୟ କର୍ମଚାରୀମାନେ ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିଥିଲେ। ଜଣେ କର୍ମଚାରୀ ଅଭିଯୁକ୍ତଙ୍କ ହାତରୁ ଗୋଟିଏ ଛୁରି ଛଡ଼ାଇ ନେବାରେ ସଫଳ ହୋଇଥିଲେ । କିନ୍ତୁ ହରଜିନ୍ଦର ତୁରନ୍ତ ଆଉ ଏକ ଛୁରି ବାହାର କରି ପୁଣିଥରେ ଆକ୍ରମଣ କରିଥିବା ଜଣାପଡ଼ିଛି ।