ନୂଆଦିଲ୍ଲୀ : ବସ୍ରେ ଯାତ୍ରା କରିବାକୁ ମହିଳାଙ୍କୁ ଦେବାକୁ ପଡ଼ିବ ଅଧା ଭଡ଼ା। ମହାରାଷ୍ଟ୍ର ସରକାର ରାଜ୍ୟରେ ଏଭଳି କିଛି ଯୋଜନା ଘୋଷଣା କରିଛନ୍ତି। ମହିଳା ସମ୍ମାନ ଯୋଜନା ଅନୁଯାୟୀ ଏଣିକି ରାଜ୍ୟରେ ଏମଏସଆରଟିସି ଦ୍ବାରା ପରିଚାଳିତ ବସ୍ରେ ମହିଳାଙ୍କୁ ଅଧା ବସ୍ ଭଡ଼ାରେ ଯାତ୍ରା କରିପାରିବେ। ଏହି ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି।
ତେବେ ବଳକା ଅର୍ଥ ରାଜ୍ୟ ସରକାର ବହନ କରିବେ। ମାର୍ଚ୍ଚ ୯ ତାରିଖରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ ସମୟରେ ଏନେଇ ଘୋଷଣା କରିଥିଲେ। ଏମଏସଆରଟିସି ପାଖରେ ୧୫ ହଜାର ବସ୍ ଏବଂ ଫେରି ରହିଛି ଯେଉଁଥରେ ପ୍ରାୟ ୫୦ ଲକ୍ଷ ଲୋକ ପ୍ରତିଦିନ ଯାଆସ କରିଥାନ୍ତି।