ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ପଥର ଓ ଜୋତା ମାଡ଼

ନୂଆଦିଲ୍ଲୀ, ୧୦/୦୮ : ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଗାଡ଼ି ଉପରକୁ ପଥର-ଜୋତା ମାଡ଼ ହୋଇଛି । ପଶ୍ଚିମବଙ୍ଗରେ ଟିଏମ୍ ସି-ବିଜେପି ରାଜନୈତିକ ଲଢ଼େଇ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହାଲିସହର ଅଞ୍ଚଳରେ ଆକ୍ରମଣ ହୋଇଛି । ତାଙ୍କ ଗାଡ଼ିକୁ ଘେରି ବିକ୍ଷୋଭକାରୀମାନେ ପଥର, ଇଟା, ଜୋତା-ଚପଲ, ପାଣି ବୋତଲ ଓ କାଦୁଅ ଫିଙ୍ଗିଥିବା ଅଭିଯୋଗ ହୋଇଛି । ମମତା ଟିଏମସି କର୍ମୀ ବିର୍ଜୁ କେଓଟଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।