ଯୋଡା, ବିଡବିଲରେ ମାର୍କେଟ ସିଲ

ବଡବିଲ: କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ଅମାନିଆମାନେ ମାନେ ଏହାକୁ ମାନୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ଯୋଡ଼ା ଏବଂ ବଡ଼ବିଲ ପୌରାଞ୍ଚଳରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଉପରେ ଅତର୍କିତ ଚଢ଼ାଉ କରାଯାଇଛି । କୋଭିଡ ଗାଇଡ ଲାଇନ ଖିଲାପ ଅଭିଯୋଗରେ ବଡ଼ବିଲ ବଜାର ମଧ୍ୟରେ ଥିବା ୨ଟି ଫାଷ୍ଟ ଫୁଡ ଓ ଗୋଟିଏ କପଡା ଦୋକାନକୁ ୭ଦିନ ପାଇଁ ସିଲ୍ କରିଛି ପ୍ରଶାସନ ।

ସେହିପରି ଯୋଡ଼ାରେ ଏକ ଜଳଖିଆ ଦୋକାନ ଓ ଏକ ଲୁଗା ଦୋକାନକୁ ସିଲ୍ କରାଯିବା ସହ କେତେକ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏଥି ସହିତ ବିଭିନ୍ନ ହୋଟେଲ ଓ ଲଜ୍ ମାନଙ୍କରେ ଚେକିଂ କରାଯାଇ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି ।